ବଦଳିଲା କରୋନା ଆକ୍ରାନ୍ତଙ୍କ ଡିସଚାର୍ଜ ନିୟମ I ଏଣିକି ଦଶଦିନ ପରେ କରୋନା ଆକ୍ରାନ୍ତଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇପାରିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି I ପ୍ରକାଶିତ ନୂଆ ଗାଇଡଲାଇନରେ କୁହାଯାଇଛି, ସାମାନ୍ୟ ଆକ୍ରାନ୍ତ ରୋଗୀଙ୍କ ତାପମାତ୍ରା ଦଶଦିନ ଯାଏଁ ଅନୁଧ୍ୟାନ କରାଯିବ ଏବଂ ଦଶଦିନ ଯାଏଁ ଜର ନ ଆସିଲେ ଡିସଚାର୍ଜ କରାଯିବ I ଡିସଚାର୍ଜ ପରେ ସେମାନେ ସପ୍ତାହେ ପାଇଁ ହୋମ ଆଇସୋଲେସନରେ ରହିବେ ଏବଂ ଲକ୍ଷଣ ବାହାରିଲେ କୋଭିଡ ସେଣ୍ଟର ସହ ଯୋଗାଯୋଗ କରିପାରିବେ I ସେହିପରି ମଧ୍ୟମ ଆକ୍ରାନ୍ତଙ୍କ ତିନିଦିନ ଧରି ଲଗାତର ଜର ନ ଆସିଲେ ଏବଂ ଚାରିଦିନ ଧରି ଅକ୍ସିଜେନରେ ସ୍ଥିରତା ଆସିଲେ ଆକ୍ରାନ୍ତଙ୍କୁ ଡିସଚାର୍ଜ କରାଯାଇପାରିବ I ମଧ୍ୟମ ଧରଣର ଆକ୍ରାନ୍ତଙ୍କ ଟେଷ୍ଟ ରିପୋର୍ଟର ଆବଶ୍ୟକ ନାହିଁ ବୋଲି କୁହାଯାଇଛି I କିନ୍ତୁ ଅଧିକ ଗୁରୁତର ଆକ୍ରାନ୍ତଙ୍କ ଟେଷ୍ଟ କରାଯିବ ଏବଂ ଆରଟି ପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ଡିସଚାର୍ଜ କରାଯାଇପାରିବ I

LEAVE A REPLY

Please enter your comment!
Please enter your name here