ସମଗ୍ର ବିଶ୍ୱରେ କରୋନା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି । ବିଶ୍ୱରେ ୧୬୫ରୁ ଅଧିକ ଦେଶ ଏହି ମହାମାରୀ କବଳରେ ବର୍ତ୍ତମାନ କବଳିତ । ଇଟାଲୀରେ ଏହା ସବୁଠାରୁ ଅଧିକ ମାରାତ୍ମକ ରୂପ ଧାରଣ କରିଲାଣି । ଭାରତରେ ମଧ୍ୟ ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୭୫ହଜାରରେ ପହଞ୍ଚିିଥିବା ବେଳେ,୧୧ହଜାରରୁ ଅଧିକ ଲୋକ ଏହି ଭୂତାଣୁରେ ମୃତ୍ୟୁବରଣ କରିସାରିଲେଣି । କରୋନା ଭାଇରସର ଉତ୍ପତ୍ତିସ୍ଥଳ ହେଉଛି ଚୀନର ଉହାନ ସହର । ଏହି ସହରରୁ ଆରମ୍ଭ ହୋଇ ଏହି ଭୂତାଣୁ ସମଗ୍ର ବିଶ୍ୱକୁ ବ୍ୟାପିଛି । ଏମିତି ଏକ ସମୟ ଥିଲା ଯେତେବେଳେ ଚୀନରେ ଏହାର ପ୍ରକୋପ ଅତ୍ୟନ୍ତ ଭୟଙ୍କର ରହିଥିଲା । ସବୁ ହସ୍ପିଟାଲର ବେଡ୍ ପୂର୍ଣ୍ଣ ହୋଇଯାଇଥିଲା । ଉହାନରେ ଗୋଟିଏ ଦିନରେ ୧୦୦୦ ଲୋକ ସଂକ୍ରମିତ ହେଉଥିଲେ । ଉହାନରେ ଏମରଜେନ୍ସି ଲଗାଯାଇଥିଲା । ପୁଣି ହଠାତ ଖାଲି ହୋବାକୁ ଲାଗିଲା ହସ୍ପିଟାଲ ବେଡ୍ । କରୋନା ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଲା । ସଂକ୍ରମିତ ଲୋକେ ଠିକ୍ ହେବାକୁ ଲାଗିଲେ । କରୋନା ଆକ୍ରାନ୍ତର ଗୋଟିଏ ବି ମାମଲା ସାମ୍ନାରେ ଆସିଲା ନାହିଁ । ଗତ ୩ ଦିନ ହେବ ଏପରି ହୋଇଛି । ଏହି ମହାମାରୀର କୌଣସି ପ୍ରକାର ଔଷଧ ନ ଥିବା ବେଳେ ତଥାପି ଚୀନ୍ କିପରି ଏହି ମହାମାରୀକୁ କାବୁ କରିବାରେ ସଫଳ ହେଲା ଆସନ୍ତୁ ଜାଣିବା :
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ୨.୬ଜଣ ଲୋକ ସଂକ୍ରମିତ ହୋଇଥାନ୍ତି । ଏହା ବହୁତ ଶୀଘ୍ର ବ୍ୟାପି ଥାଏ । ଗୋଟେ ଦିନରେ ଏହା ୩୫୦ ଜଣଙ୍କୁ ବ୍ୟାପି ଥାଏ । ଚୀନ ପ୍ରଥମେ ଏହି ଚେନକୁ ଭାଙ୍ଗିଲା । ପ୍ରଥମେ ସେଠାକାର ସମସ୍ତ ଲୋକମାନଙ୍କୁ ଲକ ଡାଉନ କରିଦିଆଯାଇଥିଲା । ୫୦ଦିନ ପର୍ଯ୍ୟନ୍ତ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ସହିତ କିଛି ନୀତିନିୟମ ମାନିବାକୁ କଡା ନିର୍ଦ୍ଦେଶ ରହିଥିଲା । ଦୋକାନ, ବଜାର, ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଥିଲା । ଯାତାୟତ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା । ଲୋକମାନେ ଘର ଭିତରେ ଲକ ହୋଇ ରହିଥିଲେ । ଅନଲାଇନ ମାଧ୍ୟମରେ ସମସ୍ତ ଜିନିଷ ମିଳୁଥିଲା । ସେଠାରେ ସବୁ କିଛି ସରକାରଙ୍କ ଗାଇଡଲାଇନ ଅନୁସାରେ ହେଉଥିଲା । କରୋନା ସମ୍ପର୍କିତ ସମସ୍ତ ଖବରକୁ ସୋସିଆଲ ମିଡିଆରେ ବ୍ୟାନ କରାଯାଇଥିଲା । ଏପରିକି ଗଣମାଧ୍ୟମକୁ ମଧ୍ୟ କଟକଣା ଭିତରେ ରଖାଯାଇଥିଲା । ଯାହାର ସୁଫଳ ଆଜି ମିଳିଛି । ଚୀନରେ ଗତ 3ଦିନ ହେବ କୌଣସି କରୋନା ଆକ୍ରାନ୍ତ ସୂଚନା ନାହିଁ । ତେଣୁ ଆମ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କରିଥିବା ଲକ ଡାଉନକୁ ସ୍ୱାଗତ କରିବା ଏବଂ ନିଜେ ନିଜକୁ ସୁରକ୍ଷିତ ରଖିବା ସହ କରୋନାକୁ ହରାଇବା ।

LEAVE A REPLY

Please enter your comment!
Please enter your name here