ଶେଷରେ ଆଖି ବୁଜିଦେଲା ଉନ୍ନାଓ ପୀଡିତା. ଗତ ଗୁରୁବାର ଦିନ ପୀଡିତା କୋର୍ଟକୁ ଯାଉଥିବା ବେଳେ ଦୁଷ୍କର୍ମ ଅଭିଯୁକ୍ତ ସମତେ ପାଞ୍ଚଜଣ ପୀଡିତାଙ୍କୁ ମାଡ ମାରିବା ସହ ନିଆଁ ଲଗେଇ ଦେଇଥିଲେ. ପୀଡିତାଙ୍କ ଶରୀରର ନବେଭାଗ ପୋଡି ଯାଇଥିବା ବେଳେ ତାଙ୍କୁ ଗତକାଲି ଦିଲ୍ଲୀ ସଫଦରଡଙ୍ଗ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା. ମାତ୍ର ସେଠାରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି. ଗତ 2018 ଡିସେମ୍ବର 12 ତାରିଖରେ ପୀଡିତାଙ୍କୁ ବନ୍ଧୁକ ଦେଖାଇ ଶିଭମ୍ ଓ ଶୁଭମ୍ ଗଣଦୁଷ୍କର୍ମ କରିଥିଲେ. ଏହି ଘଟଣାରେ ପୀଡିତାଙ୍କ ଏତଲାକୁ ପୋଲିସ ଗ୍ରହଣ କରି ନଥିଲା ଏପରିକି ରେଜିଷ୍ଟର ଡାକ ଯ଼ୋଗେ ପୀଡିତା ରାୟବରେଲି ଏସପିଙ୍କ ନିକଟକୁ ପଠାଇଥିଲେ ମଧ୍ୟ ମାମଲା ରୁଜୁ କରି ନଥିଲା ପୋଲିସ. ଶେଷରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ମାର୍ଚ୍ଚ 4 ତାରିଖରେ ପୋଲିସ ଏତଲା ରୁଜୁ କରିବାକୁ ବାଧ୍ୟ ହୋଇଥିଲା. ଏହି ଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ଶିଭମକୁ ପୋଲିସ ଗିରଫ କରିଥିଲେ ହେଁ ସପ୍ତାହକ ତଳେ ହାଇକୋର୍ଟରୁ ଜାମିନରେ ଆସିଥିଲା. ଅନ୍ୟତମ ଅପରାଧୀ ଶୁଭମ୍ ଏବେ ବି ପୋଲିସ ଫାଇଲରେ ଫେରାର ଥିବା କୁହାଯାଉଛି. ପୀଡିତାଙ୍କ ବାପା ହାଇଦ୍ରାବାଦ ଏନକାଉଣ୍ଟର ଭଳି ଦୁଇ ଦୁଷ୍କର୍ମୀଙ୍କୁ ଏନକାଉଣ୍ଟର କରିବାକୁ ଦାବି କରିଛନ୍ତି.

LEAVE A REPLY

Please enter your comment!
Please enter your name here