ଆଜି ବିଶାଳ ଶୋଭାଯାତ୍ରାରେ ନବୀନ ନିବାସ ଅଭିମୁଖେ ବାହାରିଥିଲେ ଓଡିଶା ଡ୍ରାଇଭର ମହାସଂଘ । ଶହ ଶହ ସଂଖ୍ୟାରେ ଚାଲିଚାଲି ଭୁବନେଶ୍ୱର ଆସିଥିଲେ ଶତାଧିକ ଡ୍ରାଇଭର । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଡ୍ରାଇଭରମାନେ ବିଶାଳ ଶୋଭାଯାତ୍ରା କରି ଭୁବନେଶ୍ୱର ପିଏମଜିରେ ଗର୍ଜିଥିଲେ । ରସୁଲଗଡ , ବାଣୀବିହାର ଦେଇ ନବୀନ ନିବାସ ଅଭିମୁଖେ ବାହାରିଥିଲେ । ହାତରେ ପ୍ଲାକାର୍ଡ ମନରେ କ୍ଷୋଭ ନେଇ ସରକାରଙ୍କୁ ଘେରିଥିଲେ । ସମ୍ବଲପୁର, ବରଗଡ, ବଲାଙ୍ଗୀର, ଅନୁଗୁଳ,ବାଲେଶ୍ୱର ଭଳି ବିଭିନ୍ନ ଜିଲ୍ଲାରୁ ଡ୍ରାଇଭର ମାନେ ଏହି ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । କରୋନା କାଳରେ ଡ୍ରାଇଭର ମାନେ ଅହରହ କାମ କରିଥିଲେ । ହେଲେ ତାଙ୍କର କୌଣସି ବ୍ୟବସ୍ଥା କରାଯାଇନଥିଲା । ରାଜ୍ୟରେ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଡ୍ରାଇଭରମାନଙ୍କ ପ୍ରତି ସରକାର ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ତେଣୁ ଦୁର୍ଘଟଣା ହେଲେ ଡ୍ରାଇଭରଙ୍କୁ ସହାୟତା ରାଶି, ୨୦ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ ପ୍ରତି ୧୦୦ କିଲୋମିଟର ଦୂରତାରେ ବସ ପାର୍କିଂ ପାଇଁ ସ୍ୱତନ୍ତ୍ରୀ ବ୍ୟବସ୍ଥା ଏବଂ ୫୫ ବର୍ଷ ବୟସରେ ପେନସନ ଭଳି ତିନୋଟି ଦାବି ନେଇ ରାଜଧାନୀକୁ ଆସିଛନ୍ତି ଡ୍ରାଇଭର । ଯଦି ଦାବି ପୂରଣ ନହୁଏ ତେବେ ପରବର୍ତ୍ତୀ ମସୟରେ ଷ୍ଟେରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ କହିଛି ।

LEAVE A REPLY

Please enter your comment!
Please enter your name here