ଦିନକୁ ଦିନ ବଢିବାରେ ଲାଗିଛି ତେଲ ଦର । ଚଳିତ ସପ୍ତାହରେ ୪ ଥର ବଢିଲାଣି ପେଟ୍ରୋଲ ଓ ଡିଜେଲ ଦର । ଆଜି ମାଲକାନାଗିରିରେ ପେଟ୍ରୋଲ ଦର ସର୍ବାଧିକ ୯୧ ଟଙ୍କା ୪୨ ପଇସା ହୋଇଛି । ସେହିପରି ଡ଼ିଜେଲ ୮୭ ଟଙ୍କା ୫୬ ପଇସା ରହିଛି । ରାଜଧାନୀ ଭୁବନେଶ୍ୱରରେ ଡ଼ିଜେଲ ଲିଟର ପିଛା ଦର ୮୩ ଟଙ୍କା ୩ ପଇସା ରହିଛି ଓ ପେଟ୍ରୋଲ ୮୬ ଟଙ୍କା ୭୪ ପଇସା ହୋଇଛି । ଅନ୍ୟପଟେ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ସମୟରେ କଂଚା ତୈଳର ଚାହିଦା କମିଥିବାରୁ ଉତ୍ପାଦନ କମିଛି । ତେଣୁ ଦର ବଢୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶନିବାର ଇରାକ୍ ପୁଣି ଉତ୍ପାଦନ କମାଇଛି । ତେଲ ଉତ୍ପାଦନକାରୀ ଦେଶମାନେ କାରଟେଲ କରି ମୂଲ୍ୟ ବଢାଇବା ପାଇଁ ତେଲ ଉତ୍ପାଦନ କମାଇଛନ୍ତି । ଅନ୍ୟପଟେ ଏମିତି ତେଲ ଦର ବୃଦ୍ଧି ଦେଖି ଲୋକଙ୍କୁ ବାଧୁଛି । ଯେଉଁଠି ଗାଡିରେ ଲୋକମାନେ ୨୦୦ ଟଙ୍କାର ତେଲ ପକାଉଥିଲେ ଏବେ ୫୦ ଟଙ୍କାର ତେଲ ପକାଉଛନ୍ତି ।

LEAVE A REPLY

Please enter your comment!
Please enter your name here