ପୁଣି ରୁଷିଆ-ୟୁକ୍ରେନ ଯୁଦ୍ଧ । କ୍ରିମିଆ ବ୍ରିଜ୍ ବିସ୍ଫୋରଣ ଘଟଣାରେ ରୁଷର ପାଲଟା ଆକ୍ସନ । ଅଚାନକ ସକାଳ ୮ଟା ରେ ଗୋଟିଏ ପରେ ଗୋଟିଏ ୭୫ଟି ମିସାଇଲ ୟୁକ୍ରେନର ରାଜଧାନୀ କିଭ୍‌ର ଛାତି ଉପରେ ମାଡ ହୋଇଥିଲା । ଯେଉଁଥିରେ ୫ ଜଣଙ୍କ ଜୀବି ହାନି ହୋଇଛି । ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ, ସହରରେ କଳାଧୂଆଁ ଛାଇଯାଇଥିଲା । କିଭ ମେୟର ଏକଥା ସ୍ପଷ୍ଟ କରିଛନ୍ତି ।
୧ ମାସ ଧରି ଶାନ୍ତ ରହିବା ପରେ କିଭ୍ ଉପରେ ଆକ୍ରମଣ କରାଯାଇଛି । କ୍ରିମିଆ ବ୍ରିଜ୍ ବିସ୍ଫୋରଣ କରିବା ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି ଅବିହିତ କରିଥିଲା ଋଷ । ଦକ୍ଷିଣ ୟୁକ୍ରେନକୁୁ ସେନା ପଠାଇବା ପାଇଁ ଏହି ବ୍ରିଜ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିଲା । ଏହି ବ୍ରିଜ୍ କୁ ବିସ୍ଫୋରଣ କରି ଉଡାଇଦେବା ପରେ ଏହା ପଛରେ ୟୁକ୍ରେନର ଭୂମିକା ଥିବା ଋଷ ଦାବି କରିଥିଲା ।

LEAVE A REPLY

Please enter your comment!
Please enter your name here