ରାସ୍ତା କଡରେ ଆମ୍ବୁଲାନ୍ସ ରଖି ଖୁଲମଖୁଲା ମଦ ପିଇଲେ ଡ୍ରାଇଭର-ରୋଗୀ । ଜଗତସିଂହପୁର ଜିଲ୍ଲାର କଟକ-ପାରାଦୀପ ରାସ୍ତାର ଶାରଳା ରୋଡ ନିକଟରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଆମ୍ବୁଲାନ୍ସରେ ଗୋଡରେ ପ୍ଲାଷ୍ଟର ହୋଇଥିବା ଜଣେ ରୋଗୀ ଶୋଇଛନ୍ତି । ପାଖରେ ରୋଗୀଙ୍କ ସମ୍ପର୍କୀୟ ବି ଅଛନ୍ତି । ତେବେ ଆମ୍ବୁଲାନ୍ସକୁ ଅଟକାଇ ପ୍ରଥମେ ମଦ ପିଉଥିବା ଡ୍ରାଇଭର ଜଣଙ୍କ ପରେ ଆମ୍ବୁଲାନ୍ସରେ ଶୋଇଥିବା ରୋଗୀଙ୍କୁ ମଧ୍ୟ ମଦ ପିଇବାକୁ ଦେଉଛନ୍ତି । ରୋଗୀ ଜଣଙ୍କ ମଦ ନପିଇଲେ ଗାଡି ଚଳାଇ ଦେଉନାହାଁନ୍ତି ବୋଲି ଡ୍ରାଇଭର ଜଣଙ୍କ ଭିଡିଓରେ କହୁଛନ୍ତି ।

LEAVE A REPLY

Please enter your comment!
Please enter your name here