ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାହାଣୀ ବିଶ୍ବବାସୀଙ୍କୁ ଜଣାଇବା ପାଇଁ ୟୁଟ୍ୟୁବ୍ ଇନଫ୍ଲୁଏନସର କର୍ଲି କାମିୟାଙ୍କୁ ଶ୍ରୀମନ୍ଦିର ବୁଲେଇ ନେଇଥିଲେ ବିଜେଡି ନେତା ଭି.କେ. ପାଣ୍ଡିୟାନ । ୟୁଟ୍ୟୁବରେ କାମିୟା ଜାନିଙ୍କ କର୍ଲି ଟେଲ୍ସ ପେଜରେ ପ୍ରାୟ 27 ଲକ୍ଷ ସବସ୍କ୍ରାଇବର । କାମିୟାଙ୍କୁ ଶ୍ରୀମନ୍ଦିର ବୁଲେଇ, ଅବଢା ଖୁଆଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେଡି ସରକାରଙ୍କ ପ୍ରଚାର ପ୍ରସାର କରାଇଛନ୍ତି ପାଣ୍ଡିୟାନ । ଏବେ କାମିୟାଙ୍କ ଶ୍ରୀଜଗନ୍ନାଥ ଦର୍ଶନ ଭିଡିଓକୁ ବି ତିନିଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ମାତ୍ର କାମିୟାଙ୍କ ଶ୍ରୀଜଗନ୍ନାଥ ଦର୍ଶନ ଓ ଅବଢା ସେବନକୁ ବିବାଦ ଘେରକୁ ନେଇଯାଇଛନ୍ତି ବିରୋଧୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସରକାରଙ୍କ ବଡ ସଫଳତାର କାହାଣୀ ଭାବେ ବର୍ଣ୍ଣନା କରିବା ପାଇଁ ପାଣ୍ଡିୟାନ ଗୋମାଂସ ଭକ୍ଷଣ କରୁଥିବା ଏବଂ ଗୋମାଂସ ଭକ୍ଷଣ ପାଇଁ ସୋସିଆଲ ମିଡିଆରେ ପ୍ରଚାର କରୁଥିବା କାମିୟା ଜାନିଙ୍କୁ କେମିତି ଶ୍ରୀମନ୍ଦିର ଭିତରକୁ ନେଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ମୁଖ୍ୟ ବିରୋଧୀ ଦଳ ବିଜେପି ସରକାରଙ୍କୁ କଟୁ ସମାଲୋଚନା କରିଛି । ବିଜେପି ବିଧାୟକ ସୁର୍ଯ୍ୟବଂଶୀ ସୂରଜ କହିଛନ୍ତି, ସରକାର କିଛି ନ ବୁଝି କାମିୟାଙ୍କୁ ଶ୍ରୀମନ୍ଦିର ଭିତରକୁ ନେଲେ କାହିଁକି । ସରକାରଙ୍କ ମାନସିକତାକୁ କଳାପାହାଡ ମାନସିକତା ବୋଲି କହିଛନ୍ତି ସୂରଜ । ସେହିପରି ବିଜେପି ନେତ୍ରୀ ଲେଖାଶ୍ରୀ କହିଛନ୍ତି, ରୁପାନ୍ତରଣ ନାଁରେ ରାଜ୍ୟରେ ଧର୍ମକ୍ଷେତ୍ରଗୁଡିକୁ ନେଇ ସରକାର ଖେଳ ଖେଳୁଛନ୍ତି । କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏଥିପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗିବା ଦରକାର ।
ଅବଶ୍ୟ କାମିୟା ବିରୋଧୀଙ୍କ ଆକ୍ଷେପକୁ ନେଇ ସ୍ପଷ୍ଟିକରଣ ଦେଇସାରିଛନ୍ତି । ଏହାସତ୍ତ୍ବେ ବି ବିରୋଧୀ କାମିୟା ଜାନୀଙ୍କ ଶ୍ରୀମନ୍ଦିର ପ୍ରବେଶକୁ ନେଇ ସରକାରଙ୍କ ଆଡକୁ ଅଙ୍ଗୁଳି ଉଠେଇଛନ୍ତି ।

LEAVE A REPLY

Please enter your comment!
Please enter your name here