ଝାରସୁଗୁଡା ସଭାରୁ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ନବୀନ । କେନ୍ଦ୍ର ସରକାରଙ୍କ ଅବହେଳା ପ୍ରସଙ୍ଗ ଉଠାଇ ଖୁବ୍ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ । ୬୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଝାରସୁଗୁଡାରେ ବିମାନ ବନ୍ଦର ହେଲା କିନ୍ତୁ ବିମାନ ଉଡିପାରିଲା ନାହିଁ। ମୁଁ କହିଥିଲି ଓଡ଼ିଶା ସରକାର ପାଣ୍ଠି ଦେବେ ଆପଣମାନେ ବିମାନ ଚଳାନ୍ତୁ। ମାତ୍ର କିଛି ହେଲା ନାହିଁ। ଶତାବ୍ଦୀ ଏକ୍ସପ୍ରେସ୍‌କୁ ଝାରସୁଗୁଡା ଦେଇ ଚଳାଇବାକୁ ଦାବି କରିଛି, ଦେଖାଯାଉ କ’ଣ ହେଉଛି । କୋଇଲା ରୟାଲିଟି ବୃଦ୍ଧି ଲାଗି ୨୦୧୫ ରୁ ଦାବି କରି ଆସୁଛି କିନ୍ତୁ କିଛି ହେଉ ନାହିଁ। ଓଡ଼ିଶା ହଜାର ହଜାର ହଜାର କୋଟି ଟଙ୍କା ହରାଉଛି, କିନ୍ତୁ ପ୍ରଦୂଷଣ ମୁଣ୍ଡାଉଛି। ଆଜି ୬ ଶହ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଗଲା । ଆଗକୁ ଝାରସୁଗୁଡା ଆହୁରି ଉନ୍ନତି ହେବ । ଆପଣମାନଙ୍କୁ ନେଇ ଝାରସୁଗୁଡା ଆଗକୁ ଯିବ । ନବୀନ କହିଛନ୍ତି ଖୁବ ଶୀଘ୍ର ବେଲପାହାଡ଼ ମେଡ଼ିକାଲ ନିକଟରେ ଓ ଚକିପଦାରେ ରେଲୱେ ଓଭରବ୍ରିଜ ତିଆରି ହେବ । ବିଜେଡିରେ ସାମିଲ ହୋଇଥିବାରୁ ନବ ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ ।

LEAVE A REPLY

Please enter your comment!
Please enter your name here