ଜନତାଙ୍କୁ ନିୟମର ପାଠ ପଢାଉଛନ୍ତି, ଆଜି ସିଏ ନିଜେ ସେହି ନିୟମକୁ ଉଲ୍ଲଘଂନ କରିଛନ୍ତି. ଆଜ୍ଞା ହଁ, ଆମେ କହୁଛୁ ପୋଲିସ୍ ଅଫିସର୍ ଦିଲ୍ଲିପ୍ ପଣ୍ଡାଙ୍କ କଥା. ଘଟଣାଟି ହେଲା, ପୋଲିସ୍ ଅଫିସର୍ ଥିବା ଦିଲ୍ଲିପ୍ ପଣ୍ଡା ମହାଳୟାରେ ପିତୃପୁରୁଷଙ୍କ ପିଣ୍ଡଦାନ କରିବା ଉଦ୍ଦେଶ୍ୟରେ ପୁରୀ ଯାଇଥିଲେ ଏବଂ ବାଇଶି ପାହାଚରେ ପିଣ୍ଡଦାନ ମଧ୍ୟ କରିଥିଲେ. ଆଉ ପିଣ୍ଡଦାନ କରି ସାରିବା ପରେ ନିଜର କିଛି ସେଲଫି ଉଠାଇଥିଲେ. ପରେ ତାକୁ ଫେସବୁକ୍ ରେ ସେୟାର କରିଥିଲେ. ଯାହା ବର୍ତ୍ତମାନ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି. ସାଧାରଣ ଲୋକଙ୍କ ମଧ୍ୟରେ ଏହାକୁ ନେଇ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି. ଶ୍ରୀମନ୍ଦିର ପରିସରକୁ ମୋବାଇଲ୍ ପ୍ରବେଶ ଉପରେ କଟକଣା ଥିବା ବେଳେ ଆମ ପୋଲିସ୍ ବାବୁ ପକେଟରେ ମୋବାଇଲ ତ ନେଲେ, ପୁଣି ସେଲଫି ଉଠାଇ ଫେସବୁକ୍ ରେ ଛାଡିଲେ.

ଏହି ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଶେଷରେ ବାବୁଙ୍କୁ ଚାକିରୀ ହରାଇବାକୁ ପଡିଛି. ବିଭାଗ ପକ୍ଷରୁ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି.

LEAVE A REPLY

Please enter your comment!
Please enter your name here