ଆଜି ବୈଠକରେ ନିଷ୍ପତ୍ତି ନିଆଯିବ ଯେ, କେବେ ଖୋଲିବ ମାର୍କେଟ ବିଲଡିଂ । ବ୍ୟବସାୟୀ ସଂଘ, ବିଏମସି ଅଧିକାରୀ , ପୋଲିସ ଭିତରେ ଏକ ବୈଠକରେ ଆଲୋଚନା କରାଯାଉଛି । ଏହାପରେ ମାର୍କେଟ ବିଲଡିଂ ଖୋଲିବ କି ନାହିଁ ନିଷ୍ପତ୍ତି ନିଆଯିବ । ଗତକାଲି ମାର୍କେଟ ବିଲଡିଂ ବନ୍ଦ କରିଥିଲେ ବ୍ୟବସାୟୀ ସଂଘ । ଉଠାଦୋକାନୀଙ୍କୁ ହଟେଇବା ପାଇଁ ଏଭଳି ପଦକ୍ଷେପ ନେଇଥିଲା ସଂଘ । ମାର୍କେଟ ବିଲଡିଂର ମଝିରେ ଥିବା ଫୁଟପାଦ ରାସ୍ତା ଉପରେ ଏହି ଉଠା ଦୋକାନୀ ଜୋର ଜବରଦସ୍ତ ବ୍ୟବସାୟ କରି ଅରାଜଗତା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ବାଇକ ପାର୍କିଂକୁ ନେଇ ଉଠା ଦୋକାନୀ ଏବଂ ବ୍ୟବସାୟୀ ସଂଘ ଭିତରେ ପାଟିତୁଣ୍ଡ ହୋଇଥିଲା । ଘଟଣାସ୍ଥଳରେ ବିଏମସି ଅଧିକାରୀ ଓ କ୍ୟାପିଟାଲ ଥାନା ପୋଲିସ ପହଁଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।