ଅଲିମ୍ପିକରେ ଭାରତୀୟ ଟିମ୍ ଆଉ ଗୋଟିଏ ପାହାଚ ଆଗକୁ ଉଠିଛି । ବ୍ୟାଡମିଣ୍ଟନ, ବକ୍ସିଂ ଓ ପୁରୁଷ ହକିରେ ପଦକ ପାଇବାର ଆଶା ଉଜ୍ଜଳ ହୋଇଛି । ବ୍ୟାଡମିଣ୍ଟନରେ ପି.ଭି. ସିଦ୍ଧୁ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ବକ୍ସର ସତିଶ କୁମାର ଓ ପୁରୁଷ ହକି ଟିମ ମଧ୍ୟ କ୍ବାର୍ଟର ଫାଇନାଲରେ ପହଞ୍ଚି ଯାଇଛନ୍ତି ।

ଡେନମାର୍କର ମିଆ ବ୍ଲିଚଫେଲ୍ଡଙ୍କୁ 2-0 ରେ ହରାଇ ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିଦ୍ଧୁ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ବକ୍ସିଂରେ ସତିଶ କୁମାର ଜାମାଇକାର ରିକାର୍ଡୋ ବ୍ରାଉନଙ୍କୁ ହରାଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସେହିପରି ଭାରତୀୟ ପୁରୁଷ ହକି ଟିମ୍ ଡିଫେଣ୍ଡିଂ ଚାମ୍ପିଅନ ଆର୍ଜେଣ୍ଟିନାକୁ 3-1ରେ ହରାଇ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି ।

LEAVE A REPLY

Please enter your comment!
Please enter your name here