କେନ୍ଦ୍ର କ୍ୟାବିନେଟରେ ପାରିତ ହେଲା ଜମାକାରୀ ବୀମା ଗ୍ୟାରେଣ୍ଟି ବିଲ୍ । ବ୍ୟାଙ୍ଗ ବିଫଳ ହେଲେ ୯୦ ଦିନ ଭିତରେ ଗ୍ରାହକଙ୍କୁ ମିଳିବ ୫ ଲକ୍ଷ ଟଙ୍କା । ପୂର୍ବରୁ ଗ୍ରାହକଙ୍କୁ ୧ ଲକ୍ଷ ଯାଏଁ ବୀମାରାଶି ମିଳୁଥିଲା ।
ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ (ପିଏମସି),ୟେସ ବ୍ୟାଙ୍କ, ଲକ୍ଷ୍ମୀବିଳାସ ବ୍ୟାଙ୍କ ଭଳି ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଗ୍ରାହକଙ୍କୁ ସରକାର ଏବେ ସହାୟତାର ହାତ ବଢାଇଛନ୍ତି । ବୁଧବାର ଦିନ ହୋଇଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଡିଆଇସିଜିସି ନିୟମର ପରିବର୍ତନ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ଏନେଇ ବୈଠକ ପରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଡିପୋଜିଟ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେଶନ (ଡିଆଇସିଜିସି) ଆଇନର ସଂଶୋଧନ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେ କହିଛନ୍ତି କି ଏହି ବିଲକୁ ସଂସଦର ମୌସୁମୀ ଅଧିବେଶନରେ ଆଗତ କରାଯିବ । ଡିଆଇସିଜିସି ଆଇନରେ ସଂଶୋଧନ ହେଲେ ନିବେଶକଙ୍କୁ ଜମା ଟଙ୍କାର ସୁରକ୍ଷା ମିଳିବ । ଏହି ଆଇନ ସଂସଦରେ ପାରିତ ହେବା ପରେ କୌଣସି ବି ବ୍ୟାଙ୍କ ବୁଡିଗଲେ ୯୦ ଦିନ ମଧ୍ୟରେ ଖାତାଧାରକଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କା ମିଳିବ ବୀମା ଆଧାରରେ ମିଳିବ । ସୀତାରମଣ କହିଛନ୍ତି କି, ଏହି ନିୟମ ଅଧିନରେ କମରର୍ସିଆଲ ଅପରେଟେଡ ସବୁ ବ୍ୟାଙ୍କ ଆସିବେ ।

LEAVE A REPLY

Please enter your comment!
Please enter your name here