ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନୂଆରୁପ । ସୋସିଆଲ ମିଡିଆରେଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ବହୁ ଚର୍ଚ୍ଚିତ ଫିଲ୍ମ ବାହୁବଳୀର ଟ୍ରେଲର ଆଧାରରେ ରାଜନୀତିକ ଚରିତ୍ରମାନଙ୍କୁ ନେଇ ଭିଡିଓ ତିଆରି କରାଯାଇଛି. ଭିଡିଓରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କମଲନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦେଖିବାକୁ ମିଳୁଛି. ଅଧିକାଂଶ ଚରିତ୍ରରେ ଏଠି ଭିନ୍ନଭିନ୍ନ ନେତା ନଜର ଆସିଛନ୍ତି । ହେଲେ ଏହା ମହଷ୍ମତି ନୁହେଁ ବରଂ ମଧ୍ୟପ୍ରଦେଶ ବାହୁବଳୀର କାହାଣୀ । ଏଥିରେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କୁ ବାହୁବଳୀ ଚରିତ୍ରରେ ଦେଖିବାକୁ ମିଳୁଛି । ବାହୁବଳୀ ନାୟକ ପ୍ରଭାସଙ୍କ ପରି ଶ୍ରୀଯୁକ୍ତ ଚୌହାନ ଶିବଲିଙ୍ଗ ଉଠାଇବା ଦୃଶ୍ୟ ଲୋକଙ୍କ ମନକୁ ବେଶ୍ ଛୁଇଁଛି । ତେବେ ଆଗକୁ ମଧ୍ୟପ୍ରଦେଶ ନିର୍ବାଚନ ଆସୁଥିବା ବେଳେ ତା ପୂର୍ବରୁ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଚର୍ଚ୍ଚାରେ ରହିଛି. ବିଜେପି ସମର୍ଥକମାନେ ଏହି ଭିଡିଓ ପ୍ରସ୍ତୁତ କରିଥିବା ଜଣାପଡିଛି. ଆଗକୁ ଅସଲ ରାଜନୀତିଆଙ୍କୁ ନେଇ ଏମିତି ଭିଡିଓ ପ୍ରସ୍ତୁତ ହେବାର ସମ୍ଭାବନା ରହିଛି.

LEAVE A REPLY

Please enter your comment!
Please enter your name here