ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଝି ବିଧାନସଭା ଆସନରୁ ନିର୍ବାଚନ ଲଢିବେ । ଆଜି ବିଜେଡି ବିଧାନସଭା ଆସନ ପାଇଁ ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକାରେ ମୁଖ୍ୟମନ୍ତ୍ରୀ ହିଂଜିଳି ସମେତ କଣ୍ଟାବାଞ୍ଝିରୁ ନିର୍ବାଚନ ଲଢିବାକୁ ଘୋଷଣା କରାଯାଇଛି । ଗତ ବିଧାନସଭା ନିର୍ବାଚନରେ ମଧ୍ୟ ନବୀନ ଦୁଇଟି ଆସନରୁ ନିର୍ବାଚନ ଲଢିଥିଲେ । ନିର୍ବାଚନରେ ଦୁଇଟି ଯାକ ଆସନ ଜିତିବା ପରେ ସେ ହିଂଜିଳି ଆସନ ରଖି ବିଜେପୁର ଆସନ ଛାଡି ଦେଇଥିଲେ । ଆଜି ବିଜେଡିର ପ୍ରକାଶିତ ତାଲିକାରେ ସମ୍ବଲପୁର ଓ ରେଢାଖୋଲ ଆସନରେ ପୂର୍ବ ଘୋଷିତ ଦୁଇ ପ୍ରାର୍ଥୀଙ୍କୁ ଅଦଳବଦଳ କରାଯାଇଛି । ସମ୍ବଲପୁର ଆସନରେ ପ୍ରାର୍ଥୀ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରେଢାଖୋଲ ଏବଂ ରେଢାଖୋଲ ଆସନରେ ପ୍ରାର୍ଥୀ ହୋଇଥିବା ରୋହିତ ପୂଜାରୀଙ୍କୁ ସମ୍ଲପୁରରୁ ପ୍ରାର୍ଥୀ କରାଯାଇଛି । ସେହିପରି ନିମାପଡା ଆସନରେ ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କ ଟିକଟ କାଟି ଦିଆଯାଇଛି । ସେଠାରେ ଦିଲ୍ଲୀପ ନାୟକଙ୍କୁ ଦଳ ପ୍ରାର୍ଥୀ କରିଛି ।

LEAVE A REPLY

Please enter your comment!
Please enter your name here