ରବିବାର ରାତିରେ ଦୁର୍ବୃତ୍ତମାନେ ଶ୍ରୀମନ୍ଦିର ରୋଷ ଘରେ ପଶି 80 ରୁ ଅଧିକ ଚୁଲି ଭାଙ୍ଗିଦେଲେ, ତିନିଦିନ ପରେ ବି ଦୁର୍ବୃତଙ୍କ ପତ୍ତା ପାଉନି ପୋଲିସ I ଘଟଣା ଦିନ ରାତି ଡିଉଟିରେ ଥିବା ଜେଟିପିଙ୍କୁ ପଚରା ଉଚରା କରିଛି ସିଂହଦ୍ୱାର ଥାନା ପୋଲିସ I ଆମ କହିବା କଥା, ସିସିଟିଭି ଲାଗିଛି, ଶ୍ରୀମନ୍ଦିର ପୋଲିସ ବି ଜଗିଛନ୍ତି, ତଥାପି ଦୁର୍ବୃତ୍ତଙ୍କ ପତ୍ତା ପାଉନି ପୋଲିସ ନା ସବୁ ଜାଣି ଅଜଣା ଚାଉଳର ଭାତ ଖାଇବାର ଅଭିନୟ କରୁଛି I ଇଏ ହେଉଛି ଆମ ବ୍ୟବସ୍ଥା I ପୋଲିସ ଡିଜି, ଚିଫ ସେକ୍ରେଟାରୀ ବି ବୁଲିକି ଆସିଲେ, ହେଲେ ଫଳ ଶୂନ I ବାପ ପୁଅ ରାତି ଅନିଦ୍ରା ପରି ଆମ ପ୍ରଶାସନ ସବୁ ଦେଖୁଛି I ଶ୍ରୀମନ୍ଦିର ସୁରକ୍ଷା ପାଇଁ ବଜେଟର ଅଭାବ ନାହିଁ, କିନ୍ତୁ କିଏ ମହାପ୍ରଭୁଙ୍କ ଚୁଲି ଭାଙ୍ଗିଦେଲା ଆମେ ଜାଣି ପାରୁନୁ I ଆଉ କିଏ ବୋମା ପକେଇଦେଲେ ତମେ କଣ କରିବ ?

LEAVE A REPLY

Please enter your comment!
Please enter your name here