ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ପୋଲିସ ଗିରଫ କରିବା ପରେ ଖୋଲୁଛି ନୂଆ ଗୁମର । ମାନସ ସ୍ବାଇଁ ହତ୍ୟା ମାମଲାରେ ଫେରାର ଥିବା ଓ୍ବେବ ଚ୍ୟାନେଲ ସଂପୂର୍ଣ୍ଣା ମାଲିକାଣୀ ଶର୍ମିଷ୍ଠାଙ୍କ ସହ କି ସଂପର୍କ ରଖିଥିଲେ ଏହି ପ୍ରଶାସନିକ ବାବୁ ନିରଞ୍ଜନ ସେଠୀ, ତାକୁ ନେଇ ଏବେ ଚର୍ଚ୍ଚା । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଏମପ୍ୟାନେଲ ହେବା ପାଇଁ ସମ୍ବାଦପତ୍ର ଓ ଓ୍ବେବଚ୍ୟାନେଲ ପକ୍ଷରୁ ଆବେଦନ କରାଯାଉଥିଲେ ହେଁ ବର୍ଷ ବର୍ଷ ଧରି ବିଭିନ୍ନ ବାହାନା ଦେଖାଇ ସମୟ ଗଡାଇ ଚାଲୁଥିଲେ ଏହି ବାବୁ । ମାତ୍ର ଶର୍ମିଷ୍ଠାଙ୍କ ସମ୍ବାଦପତ୍ର ଓ ଓ୍ବେବଚ୍ୟାନେଲକୁ ଏମପ୍ୟାନେଲ ପାଇଁ ନିରଞ୍ଜନ ଦେଖାଇଥିଲେ ଅହେତୁକ ଅନୁକମ୍ପା । ଅବସରନେବାର ଶେଷଦିନ ଗତ ଫେବୃଆରୀ 28 ତାରିଖରେ ହିଁ ଶର୍ମିଷ୍ଠାଙ୍କ ସଂସ୍ଥାକୁ ମିଳିଥିଲା ସରକାରୀ ସ୍ବୀକୃତିର ଅନୁମୋଦନ । ବାବୁ ନିରଞ୍ଜନ ହାତ କାଟି ମଂଜୁରୀ ଦେଇଥିଲେ । ସରକାରୀ ବିଜ୍ଞାପନ ପାଇବା ପାଇଁ ଯୋଗ୍ୟତା ହାସଲ କରିଥିଲା କି ଶର୍ମିଷ୍ଠା ସମ୍ବାଦପତ୍ର ? ତେବେ ଶର୍ମିଷ୍ଠାଙ୍କ ପ୍ରତି ନିରଞ୍ଜନଙ୍କ ଏତେ ଅନୁକମ୍ପା କଣ ପାଇଁ ? ଶର୍ମିଷ୍ଠାଙ୍କ ସହ କି ସଂପର୍କ ରଖିଥିଲେ ନିରଞ୍ଜନ ? ଯେଉଁ ଚିପ୍ ପାଇଁ କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲେ ନିରଞ୍ଜନ, ସେଥିରେ ନିରଞ୍ଜନ ସେଠୀଙ୍କ ଆପତ୍ତିଜନକ ଭିଡିଓ ରହିଥିଲା ବୋଲି ଏବେ ଚର୍ଚ୍ଚା ହେଉଛି । ତେବେ ପ୍ରଶ୍ନ ଉଠୁଛି, ଖାଲି ନିରଞ୍ଜନ ନା ଆଉ କିଏ ପ୍ରଭାବଶାଳୀ ରାଜନେତା ଓ ପ୍ରଶାସକ ଏଥିରେ ସଂପୃକ୍ତ ଅଛନ୍ତି ?

LEAVE A REPLY

Please enter your comment!
Please enter your name here