ଜାତିସଂଘ ନିରାପତ୍ତା ପରିଷଦ ୟୁଏନଏସସି ବୈଠକରେ ଭାରତକୁ ଅଧ୍ୟକ୍ଷ ଦାୟିତ୍ବ । ନିରାପତ୍ତା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେବେ ପ୍ରଥମ ଭାରତୀୟ ନେତୃତ୍ବ । ବିଶ୍ବର ପ୍ରମୁଖ 15ଟି ରାଷ୍ଟ୍ର ସଦସ୍ୟ ବିଶିଷ୍ଟ ନିରାପତ୍ତା ପରିଷଦରେ ଭାରତର ଅଧ୍ୟକ୍ଷତା ସମଗ୍ର ବିଶ୍ବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବର ଗ୍ରହଣୀୟତାକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି ଜାତିସଂଘର ପୂର୍ବତନ ଭାରତୀୟ ସ୍ଥାୟୀ ସଦସ୍ୟ ଆକବରଉଦ୍ଦିନ । ଫ୍ରାନ୍ସ ଠାରୁ ଭାରତ ଏହି ଦାୟିତ୍ବ ଗ୍ରହଣ କରିଛି ଏବଂ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଏହି ବୈଠକ ଭର୍ଚ୍ୟୁଆଲ ମାଧ୍ୟମରେ ହେବ । ଭାରତର ଅଧ୍ୟକ୍ଷତା ସମୟରେ ଶାନ୍ତି ରକ୍ଷା, ସାମୁଦ୍ରିକ ବାଣିଜ୍ୟିକ ନିରାପତ୍ତା ଏବଂ ଆତଙ୍କବାଦର ମୁକାବିଲା ପ୍ରସଙ୍ଗରେ ଚୁକ୍ତି ସ୍ବାକ୍ଷରିତ ହେବ ।

LEAVE A REPLY

Please enter your comment!
Please enter your name here