ଭୁବନେଶ୍ବର ଚନ୍ଦକା ନିକଟସ୍ଥ ଦାସପୁର ଅଞ୍ଚଳରୁ ମିଳିଥିଲା ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ । ଚନ୍ଦକା ଥାନା ପୋଲିସ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ ଦିନରାତି ଏକ୍ କରିଦେଇଥିଲା । ମାତ୍ର ମହିଳାଙ୍କ ପରିଚୟ ପାଇବା ପୋଲିସ ପାଇଁ କଷ୍ଟକର ହୋଇପଡିଥିଲା । ମହିଳାଙ୍କ ମୁଣ୍ଡ ମିଳୁ ନଥିବାରୁ ପରିଚୟ ଅସ୍ପଷ୍ଟ ରହିଥିଲା । ମହିଳାଙ୍କ ପରିଚୟ ପାଇବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ପୋଷ୍ଟର ମଧ୍ୟ ଲଗାଇଥିଲା । ଗତ 4 ତାରିଖରେ ଏହି ଘଟଣା ଘଟିଥିଲେ ହେଁ ପୋଲିସ ତଦନ୍ତ ଚୂଡାନ୍ତ ପର୍ଯ୍ୟୟରେ ପହଞ୍ଚିଛି । ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଫରେନସିକ୍ ଟିମ୍ ଚନ୍ଦକା ଥାନାରେ ପହଞ୍ଚିଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ଧରି ପୋଲିସ ସିନ୍ ରିକ୍ରିଏସନ କରିଛି । ଯେଉଁଠୁ ମୃତଦେହ ମିଳିଥିଲା, ସେଠାରୁ ଦୁଇ କିଲୋମିଟର ଦୂର ଚନ୍ଦକା ଅଭୟାରଣ୍ୟ ପାଚେରୀ କଡରୁ ଦୁଇ ଅଭିଯୁକ୍ତ କଟାମୁଣ୍ଡ ଠାବ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଅପରାଧୀ ମହିଳାଙ୍କୁ ଓଢଣୀ ମାଧ୍ୟମରେ ତଣ୍ଟିଚିପି ହତ୍ୟା କରିଥିଲେ ଏବଂ ପରେ ଦାସପୁର ଜଙ୍ଗଲକୁ ଆଣି ବେକକାଟି ଫୋପାଡି ଦେଇଥିଲେ । ତେବେ କେଉଁ କାରଣ ପାଇଁ ଦୁଇ ଅଭିଯୁକ୍ତ ମହିଳାଙ୍କ ମୁଣ୍ଡକାଟ କରି ହତ୍ୟା କଲେ, ଖୁବଶୀଘ୍ର ପୋଲିସ ଖୁଲାସା କରିବ ବୋଲି ଆଶା କରାଯାଉଛି । ତେବେ ପରକୀୟା ପ୍ରୀତି ହତ୍ୟାକାଣ୍ଡର ମୁଖ୍ୟ କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here