ଲୋକଙ୍କ ଭିଡ ଭିତରକୁ ଗାଡି ମଡାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବିଧାୟକଙ୍କ ଗାଡି ମଡାଇଦେବା ଘଟଣାରେ 7ଜଣ ପୋଲିସ ଓ 22 ଜଣ ସାଧାରଣ ଲୋକ ଆହତ ହୋଇଥିବା ବେଳେ 6 ଜଣ ଗୁରୁତରଙ୍କୁ ଖୋର୍ଦ୍ଧା ହସପିଟାଲକୁ ପଠାଯାଇଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।

ଆଜି ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଥିବା ବେଳେ ବ୍ଲକ ଅଫିସ ସାମନାରେ ଲୋକଙ୍କ ଭିଡ ଲାଗି ରହିଥିଲା । ବିଶେଷକରି ବିଜେପି ଦଖଲକୁ ଅଧ୍ୟକ୍ଷ ପଦ ଯାଉଥିବାର ସମ୍ଭାବନା ଅଧିକ ଥିବାରୁ ବିଜେପି ସମର୍ଥକଙ୍କ ସଂଖ୍ୟା ଅଧିକ ରହିଥିଲା । ବ୍ଲକ ଅଫିସ ସାମନାରେ ଲୋକଙ୍କ ଭିଡ ଥିବା ବେଳେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜେ ଗାଡି ଚଳାଇ ଆସିଥିଲେ ଏବଂ ଲୋକଙ୍କ ଭିଡ ଉପରେ ଗାଡି ଚଢାଇ ଦେଇଥିଲେ । ବିଧାୟକଙ୍କ ଏଭଳି ବର୍ବରୋଚିତ ଆକ୍ରମଣରେ 7 ଜଣ ପୋଲିସ ଓ 22 ଜଣ ସାଧାରଣ ଲୋକ ଆହତ ହୋଇଥିଲେ । ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ଗାଡିରୁ ଘୋଷାଡି ଆଣି ତଳେ ପକାଇ ପିଟିଥିଲେ । ପୋଲିସ ଘଟଣାସ୍ଥଳରୁ ଆହତ ଲୋକଙ୍କୁ ଉଦ୍ଧାର ହସପିଟାଲକୁ ପଠାଇଥିବା ବେଳେ ବିଧାୟକଙ୍କୁ ଉତ୍ତୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଥିଲା । ତେବେ ଲୋକଙ୍କ ଆକ୍ରମଣରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲହୁ ଲୁହାଣ ହୋଇଥିବା ଜଣାପଡିଛି । କ୍ଷୁବ୍ଧ ଲୋକେ ବିଧାୟକଙ୍କ ଗାଡିକୁ ଭାଙ୍ଗି ଚୁରମାର କରିଦେବା ସହ ଓଲଟାଇ ଦେଇଥିଲେ । ବିଧାୟକ ମଦ ପିଇ ଗାଡି ମଡାଇଦେଇଥିବା ଲୋକେ ଅଭିଯୋଗ କରିଛନ୍ତି ।

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୂର୍ବରୁ ଏଭଳି ଅନେକ ଅମାନୁଷିକ ଘଟଣା ଘଟାଇ ଘଟାଇଛନ୍ତି । କେତେବେଳେ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡମାରି ଲହୁଲୁହାଣ କରିଛନ୍ତି ତ ଆଉ କେତେବେଳେ ତାଙ୍କ ଆକ୍ରମଣରେ ବିରୋଧୀ ଆହତ ହୋଇଛନ୍ତି । ହେଲେ ଆଜି ବିଧାୟକଙ୍କ ଆଛରଣ ସବୁ ସୀମା ଟପି ଯାଇଛି । ପୂର୍ବରୁ ବିଜେଡିରୁ ବିଧାୟକଙ୍କୁ ସସପେଣ୍ଡ କରାଯାଇଥିଲେ ହେଁ ବିଧାୟକ ବିଭିନ୍ନ ସମୟରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଆସୁଥିବା ବିରୋଧୀ କହିଛନ୍ତି । ଆଜିର ଘଟଣାକୁ ନେଇ ବିଜେଡି ତୀବ୍ର ନିନ୍ଦା କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ।

LEAVE A REPLY

Please enter your comment!
Please enter your name here