ଆଜି କ୍ରାଇମବ୍ରାଞ୍ଚ ଟିମ୍ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଏଏସଆଇ ଗୋପାଳର ବ୍ରଜରାଜନଗର ସ୍ଥିତ କ୍ବାର୍ଟରରେ ତଦନ୍ତ କରୁଛି । ଛାନଭିନ୍ ଜାରି ରଖିଛି ପୋଲିସ । ହତ୍ୟାକାଣ୍ଡର ସୁରାକ୍ ଖୋଜୁଛି ପୋଲିସ । ପୋଲିସ ଚାକିରୀ ଭିତରେ ଅନେକ ମେଡାଲ ହାସଲ କରିଥିବା ଗୋପାଳ କେଉଁ କାରଣ ପାଇଁ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲା ତାହା ଏୟାଏଁ ସ୍ପଷ୍ଟ ହୋଇନାହିଁ । ଏପରିକି ଗୋପାଳ ପଛରେ ଆଉ କେହି ବ୍ୟକ୍ତି ଅଛନ୍ତି ଏବଂ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିବା ପାଇଁ କ୍ଷମତାର ଶୀର୍ଷସ୍ତରରେ ଷଡଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଆସୁଛି ।

LEAVE A REPLY

Please enter your comment!
Please enter your name here