ଟୋକିଓ ଅଲିମ୍ପିକ୍ସର ପଦକ ବିଜେତା ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗତକାଲି ଟୋକିଓ ଅଲିମ୍ପିକ୍ସର ଉଦଯାପନ ଉତ୍ସବ ଥିଲା । ଆଜି ପଦକ ବିଜେତା ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଧନା ଦିଆଯାଇଥିଲା । ବିମାନବନ୍ଦର ବାହାରେ ପଦକ ବିଜେତାଙ୍କୁ ପାଛୋଟି ନେବା ପାଇଁ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା । ଅଲିମ୍ପିକ୍ସ ହିରୋମାନଙ୍କୁ ଫୁଲମାଳ ଦେଇ ସ୍ବାଗତ କରାଯାଇଥିଲା । ତେବେ ବିମାନ ବନ୍ଦରରେ ସମସ୍ତଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା । ଆଜି ହୋଟେଲ ଅଶୋକାରେ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି ।

LEAVE A REPLY

Please enter your comment!
Please enter your name here