????????????????????????????????????

ଦାବି ପୂରଣ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଭୁବନେଶ୍ୱରରେ ବିଶାଳ ରାଲି । ଏକାଠି ହୋଇଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ । ପ୍ରଥମରୁ ଅଷ୍ଟମ ଶ୍ରେଣି ପର୍ଯ୍ୟନ୍ତ ଶିକ୍ଷାଦାନ କରୁଥିବା ରାଜ୍ୟର ୧ ଲକ୍ଷ ୩୬ ହଜାର ଶିକ୍ଷକ ଭୁବନେଶ୍ୱରରେ ରାଲି ଏବଂ ଧାରଣା ଦେଇଛନ୍ତି । ଏହି ଆନ୍ଦୋଳନର ପ୍ରଥମ ଦାବି ରହୁଛି ଶିକ୍ଷା ସହାୟକ ଭାବେ ନିଯୁକ୍ତ ହୋଇଥିବା ୬ ବର୍ଷ ସମୟକୁ ରେଗୁଲାର ନିଯୁକ୍ତି ଭାବେ ବିବେଚନା କରି ଇନକ୍ରିମେଣ୍ଟ ପ୍ରଦାନ କରିବା । , କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଦ୍ୱିତୀୟ ଦାବି । ନୂତନ ପେନସନ ନୀତି ପରିବର୍ତ୍ତେ ପୁରୁଣା ପେନସନ ନୀତିକୁ ଲାଗୁ କରିବା ତୃତୀୟ ଦାବି ରହିଛି । ୨୦୦୧ ମସିହାରୁ ରାଜ୍ୟରେ ଶିକ୍ଷା ସହାୟକ ନିଯୁକ୍ତି ଆରମ୍ଭ ହୋଇଥିବାବେଳେ ମାତ୍ର ୧୫ ଶହ ଟଙ୍କାରେ ଏହି ଶିକ୍ଷକମାନେ କାର୍ଯ୍ୟ ସମ୍ପାଦନ କରିଥିଲେ । ୬ ବର୍ଷ ପରେ ଏହି ଶିକ୍ଷା ସହାୟକ ନିୟମିତ ଶିକ୍ଷକର ମାନ୍ୟତା ପାଇଥିଲେ । ଏହା ସହିତ ସମାନ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ହାଇସ୍କୁଲ ଶିକ୍ଷକମାନଙ୍କ ଠାରୁ କମ ଦରମା ପାଉଥିବା ଏ ପ୍ରାଥମିକ ଶିକ୍ଷକମାନେ ଅଭିଯୋଗ କରିଛନ୍ତି । ହାଇସ୍କୁଲର ଠିକା ଶିକ୍ଷକମାନଙ୍କୁ ମୂଳ ନିଯୁକ୍ତି ତାରିଖରୁ ନିୟମିତ କରାଯାଇଥିବାବେଳେ ପ୍ରାଥମିକ ଶିକ୍ଷକ , ଶିକ୍ଷୟିତ୍ରୀ ନିଯୁକ୍ତି କ୍ଷେତ୍ରରେ ତାର ବ୍ୟତିକ୍ରମ ହୋଇ ୬ ବର୍ଷର ଶିକ୍ଷା ସହାୟକ ସମୟକୁ ଗଣତି ହେଉନଥିବା ଅଭିଯୋଗ ଆଣିଛନ୍ତି ଶିକ୍ଷକମାନେ ।

LEAVE A REPLY

Please enter your comment!
Please enter your name here