ଟିକା ନେବାକୁ ଲମ୍ବା ଲାଇନ୍ । ହେଲେ ଧାଡିରେ ଲୋକେ ନୁହେଁ ଅଛି ଆଧାରକାର୍ଡ ଏବଂ ପରିଚୟପତ୍ର । ଆପଣ ଭାବୁଥିବେ ଏମିତି ଆଧାରକାର୍ଡ କାହିଁକି ଲୋକମାନେ ରଖିଛନ୍ତି । ଏ ଦୃଶ୍ୟ ନୟାଗଡ ହସ୍ପିଟାଲ ଟିକାକରଣ କେନ୍ଦ୍ରର । ଲୋକେ ସକାଳୁ ଆସି ନିଜର ଆଧାରକାର୍ଡ ଲାଇନ୍‌ରେ ରଖିଛନ୍ତି । ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ରୁ ଅଧିକ ବୟସ୍କଙ୍କ ଟିକାକରଣ ହେଉଛି । ତେବେ ବହୁ ସଂଖ୍ୟାରେ ଲୋକ ଆସି ଟିକା କରଣ କେନ୍ଦ୍ରରେ ପହଁଞ୍ଚିଥିଲେ । ତେବେ କେଉଁ ସମୟରେ ଏବଂ କାହାକୁ ଟିକା ଦିଆଯିବ ସେ ସମ୍ପର୍କରେ କୌଣସି ତଥ୍ୟ ଲୋକେ ପାଇନଥିବା ଅଭିଯୋଗ ହୋଇଛି । ୩ରୁ ୪ ଘଣ୍ଟା ଛିଡା ହେବା ପରେ ଶେଷରେ କିଛି ଉପାୟ ନପାଇ ଲୋକେ ନିଜ ନିଜ ପରିଚୟପତ୍ରକୁ ଧାଡି କରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here