ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଘର ଭିତରୁ ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସନ୍ଦେହଜନକ ଭାବେ ଘର ଭିତରୁ ଝୁଲନ୍ତା ମୃତ ଦେହ ଉଦ୍ଧାର କଲା ପୋଲିସ । ମୃତ ବ୍ୟାଙ୍କ ମ୍ୟାନେଜରଙ୍କ ନାଁ ଆର୍. ରଞ୍ଜିତା ରାଓ ବୋଲି ଜଣାପଡିଛି । ରଞ୍ଜିତା ରାଓ ଅଶୋକ ନଗର ୟୁକୋ ବ୍ୟାଙ୍କ ଶାଖାରେ କାର୍ଯ୍ୟରତ ଥିଲେ । ତେବେ ୟୁକୋ ବ୍ୟାଙ୍କ ମ୍ୟାନେଜର ଆର୍ ରଞ୍ଜିତା ରାଓଙ୍କ ଏଭଳି ଅଭାବନୀୟ ମୃତ୍ୟୁ କାହିଁକି ହେଲା, ହତ୍ୟା ନା ଆତ୍ମହତ୍ୟା , କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାକୁ ନେଇ ନାନା ଆଶଙ୍କା ଦେଖାଦେଇଥିବାବେଳେ ମୃତ୍ୟୁ ପୂର୍ବରୁ ସୋସିଆଲ ସାଇଟରେ ତାଙ୍କର କିଛି ପୋଷ୍ଟକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ମୃତ୍ୟୁ ପୂର୍ବରୁ ସେ ବେଶ୍ ଉଦାସୀନତା ଥିବା ତାଙ୍କ ପୋଷ୍ଟରୁ ହିଁ ସ୍ପଷ୍ଟ ଜଣାପଡୁଛି । ଗତକାଲି ଅପରାହ୍ନ ୩ଟା ୧୮ ମିନିଟରେ ବଲିଉଡ ମୁଭି ମେରି ପ୍ୟାରି ବିନ୍ଦୁର ଏକ ଗୀତକୁ ସୋସିଆଲ ସାଇଟରେ ସେଆର କରିଥିଲେ । ତା ପୂର୍ବରୁ ଜୀବନ ଏବଂ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ପୋଷ୍ଟ ସବୁ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ ତାଙ୍କ ଟାଇମ ଲାଇନରେ ।

LEAVE A REPLY

Please enter your comment!
Please enter your name here