ନିର୍ବାଚନ କମିଶନ ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ଘୁଞ୍ଚେଇଛନ୍ତି । ଫେବୃଆରୀ 14 ତାରିଖ ବଦଳରେ ଫେବୃଆରୀ 20 ତାରିଖରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ । ଗୁରୁ ରବିଦାସଙ୍କ ଜୟନ୍ତୀ ପାଇଁ ନିର୍ବାଚନ ଫେବୃଆରୀ 14 ତାରିଖକୁ ଘୁଞ୍ଚାଇବାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦାବି କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ମଧ୍ୟ କମିଶନଙ୍କୁ ଚିଠି ଲେଖି ଅତି କମରେ ନିର୍ବାଚନ 6 ଦିନ ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ । 16 ତାରିଖରେ ଗୁରୁ ରବି ଦାସଙ୍କ ଜୟନ୍ତୀ ପଡୁଥିବା ବେଳେ ପଞ୍ଜାବର ଅନୁସୂଚିତ ଜନଜାତି ସଂପ୍ରଦାୟର ଲୋକେ 10 ତାରିଖରୁ 16 ତାରିଖ ମଧ୍ୟରେ ଉତ୍ତରପ୍ରଦେଶର ବାରଣାସୀ ଯାଇଥାନ୍ତି । ଅନୁସୂଚିତ ଜନଜାତି ସଂପ୍ରଦାୟ ପଞ୍ଜାବ ଲୋକସଂଖ୍ୟାର 32 ପ୍ରତିଶତ ହୋଇଥିବାରୁ ନିର୍ବାଚନ ତାରିଖ ଘୁଞ୍ଚାଇବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ଓ ଅନୁସୂଚିତ ଜନଜାତିଙ୍କ ପ୍ରସ୍ତାବର ବିଚାର କରି ନିର୍ବାଚନ କମିଶନ ବିଧାନସଭା ଭୋଟ ପାଇଁ ଫେବୃଆରୀ 20 ତାରିଖ ସ୍ଥିର କରିଛନ୍ତି ।

LEAVE A REPLY

Please enter your comment!
Please enter your name here