ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର-2018 ଘୋଷଣା କରାଯାଇଛି. ତେବେ ଏହାକୁ ନେଇ ଓଡିଶା ସାହିତ୍ୟପ୍ରମୀଙ୍କ ପାଇଁ ଏକ ଖୁସି ଖବର ରହିଛି. କାରଣ ଚଳିତ ବର୍ଷ ଜଣେ ନୁହେଁ ବରଂ ତିନିଜଣ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର. ଲେଖକ ଡକ୍ଟର ଦାଶରଥୀ ଦାଶ ତାଙ୍କର ପୁସ୍ତକ ‘ପ୍ରସଙ୍ଗ ପୁରୁଣା ଭାବନା ନୂଆ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ. ଠିକ୍ ସେହିପରି ଡକ୍ଟର ପ୍ରଫୁଲ୍ଲ ତ୍ରିପାଠୀ ଓ ହଳଧର ନାଗଙ୍କୁ କୋଶାଲି-ସମ୍ବଲପୁରୀ ଭାଷା ସମ୍ମାନରେ ସମ୍ମାନିତ କରାଯିବା ସହ ଡକ୍ଟର ଗଗନେନ୍ଦ୍ରନାଥ ଦାସଙ୍କୁ ସାହିତ୍ୟ ଏକାଡେମୀ ଭାଷା ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି.