ଇସ୍ରୋକୁ ମିଳିଲା ବଡ ତଥ୍ୟ । ଚନ୍ଦ୍ରାୟନ 3 ରୁ ଆସିଲା ସଫଳତାର ସନ୍ଦେଶ । ଇସ୍ରୋ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି, ଚନ୍ଦ୍ରପୃଷ୍ଠରେ ସଲଫରର ସନ୍ଦାନ ପାଇଛି ପ୍ରଜ୍ଞାନ ରୋଭର୍ । ଏହା ବ୍ୟତୀତ ଚନ୍ଦ୍ରପୃଷ୍ଠରେ ଆଇରନ, ଅକ୍ସିଜେନ ଓ କ୍ୟାଲସିୟମର ସନ୍ଧାନ ପାଇଛି ପ୍ରଜ୍ଞାନ ରୋଭର । ତେବେ ହାଇଡ୍ରୋଜେନ ଅଛି କି ନାହିଁ, ତାର ସନ୍ଧାନ କରୁଛି ରୋଭର୍ । ଚନ୍ଦ୍ରପୃଷ୍ଠରେ ଦକ୍ଷିଣ ମେରୁରେ ଗବେଷଣା ଚଳାଇଥିବା ପ୍ରଜ୍ଞାନ ରୋଭରରୁ ଆସିଥିବା ତଥ୍ୟ ଇସ୍ରୋ ପାଇଁ ବଡ ସଫଳତା । ପ୍ରଜ୍ଞାନ ରୋଭରରେ ଥିବା ଲାଜର୍ ଇଣ୍ଡୁସଡ ବ୍ରେକଡାଉନ ସ୍ପେକ୍ଟରୋସ୍କୋପ ଏହି ତଥ୍ୟ ଦେବା ପରେ ଏପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ଆଳୁମିନିଅମ, ସଲଫର, କ୍ୟାଲସିଅମ, ଆଇରନ, ଟିଟାନିୟମ, କ୍ରୋମିୟମର ସନ୍ଧାନ ମିଳିସାରିଛି । ହାଇଡ୍ରୋଜେନ ଅଛି କି ନାହିଁ ତାର ଅନୁସନ୍ଧାନ କରୁଛି ପ୍ରଜ୍ଞାନ । ଇସ୍ରୋ ପଠାଇଥିବା ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରର ଆୟୁଷ ଚନ୍ଦ୍ରପୃଷ୍ଠରେ ମାତ୍ର ଗୋଟିଏ ଦିନ, ଯାହା ପୃଥିବୀ ପୃଷ୍ଠରେ 14 ଦିନ । ତେଣୁ 14 ଦିନର ମିଶନରେ ଅେକ କିଛି ତଥ୍ୟ ମିଳିବ ବୋଲି ଆଶା ରଖିଛି ଇସ୍ରୋ ।

LEAVE A REPLY

Please enter your comment!
Please enter your name here