ଗତ କିଛିଦିନ ଧରି ବର୍ଷା ଗାଏବ ହୋଇଥିବା କାରଣରୁ ବର୍ଷାଦିନେ ଖରାଦିନ ଭଳି ମନେ ହୋଉଥିଲା । ଅସହ୍ୟ ଗୁଳଗୁଳି ସାଙ୍ଗକୁ ବାହାରେ ପ୍ରଚଣ୍ଡ ତାତି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଥିଲା । ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଏବେ ତାତିରେ ପୁଣି ବ୍ରେକ ଲାଗିବ । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଥିବା କାରଣରୁ ଆସନ୍ତା ଦୁଇ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା ସୃଷ୍ଟି ହୋଇଛି । ସେପ୍ଟେମ୍ବର ଏକ ତାରିଖରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, କନ୍ଧମାଳ, ଗଞ୍ଜାମ, ଗଜପତି, କଳାହାଣ୍ଡି, ବଲାଙ୍ଗୀର ଓ ସୁନ୍ଦରଗଡ ପ୍ରଭୃତି ଜିଲ୍ଲାରେ ଘଡଘଡି ସହ ଅଳ୍ପୁର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାଗୁଡିକୁ ପାଣିପାଗ ବିଭାଗରୁ ୟେଲୋ ଓ୍ବାଣିଂ ଜାରି କରାଯାଇଛି । 4 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

LEAVE A REPLY

Please enter your comment!
Please enter your name here