ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି । ଆଜି ସୌମ୍ୟଙ୍କ ମା ଚାଞ୍ଚଲ୍ୟକର ତଥ୍ୟ ଦେଇ କହିଛନ୍ତି , ପୁଅ ସହ ବୋହୂର ବିଲକୁଲ ସମ୍ପର୍କ ନଥିଲା । ବର୍ଷକ ପର୍ଯ୍ୟନ୍ତ ସମ୍ପର୍କ ନରଖିବାକୁ ଉଭୟଙ୍କ ମଧ୍ୟରେ ଏଗ୍ରିମେଣ୍ଟ ହୋଇଥିଲା । ଦିନେ ରାତିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତାପରେ ଶଙ୍ଖା ଭାଙ୍ଗି ମୁଣ୍ଡରୁ ସିନ୍ଦୁର ପୋଛି ରାତିରେ ବୋହୂ କୁଆଡେ ପଳାଇଥିଲା । ପୁଅ ଖୋଜାଖୋଜି କରିବା ପରେ ଡିଏଫଓଙ୍କ ଘରେ ବୋହୂଙ୍କୁ ଦେଖିଥିଲେ ବୋଲି କହିଛନ୍ତି ସୌମ୍ୟଙ୍କ ମା । ସୌମ୍ୟଙ୍କ ପରିବାର ଆହୁରୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସୌମ୍ୟ ଏବଂ ପତ୍ନୀ ବିଦ୍ୟା ଭାରତୀଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ଜୁଲାଇ ୯ ତାରିଖରେ ଏକ ଏଗ୍ରିମେଣ୍ଟ ହୋଇଥିଲା । ଏଥିରେ ସୌମ୍ୟଙ୍କ ଦରମା ଏବଂ ସମସ୍ତ ସମ୍ପତ୍ତି ବିଦ୍ୟା ଭାରତୀଙ୍କ ନାରେ କରାଯାଇଥିବା ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here