ଦଳରୁ ବହିଷ୍କୃତ ହେବା ପରେ ପ୍ରଦୀପଙ୍କ ପାଇଁ ବଢୁଛି ଅଡୁଆ । ପ୍ରତିଦିନ ଗୋଟିଏ ପରେ ଗୋଟିଏ ସରକାରଙ୍କ ବିରୋଧରେ ଦୁର୍ନିତୀ ଓ ଅନିୟମିତତାର ଖୁଲାସା କରୁଥିବା ଗୋପାଳପୁର ବିଧାୟକଙ୍କୁ ଆଜି ପୋଲିସ ଉଠାଇନେଇଛି । ପ୍ରଦୀପଙ୍କ ପତ୍ନୀ ସୁଜାତା ଅଭିଯୋଗ କରିଛନ୍ତି ଚାରୋଟି ଗାଡିରେ ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ ବୋଲି ପରିଚୟ ଦେଇ ତାଙ୍କୁ ଇଓଡବ୍ଲୁ ଅଫିସକୁ ନେଇଯାଇଥିଲେ । ଭୁବନେଶ୍ୱର ସରକାରୀ ଘରୁ ଅଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କିଛି ଲୋକ ଉଠାଇନେଇଛନ୍ତି । କ୍ରାଇମବ୍ରାଞ୍ଚ ପରିଚୟ ଦେଇ କିଛି ଲୋକ ଉଠାଇ ନେଇଥିବା ସୂଚନା । କ୍ରାଇମବ୍ରାଞ୍ଚ ପରିଚୟ ଦେଇ ଉଠାଇଥିବା କହିଲେ ପତ୍ନୀ ସୁଜାତା । ୪ଟି ଗାଡିରେ କିଛି ଲୋକ ଆସି କ୍ରାଇମବ୍ରାଞ୍ଚ ପରିଚୟ ଦେଇ ଉଠାଇନେଲେ । ନକ୍ସଲଙ୍କୁ ଉଠାଇ ନେଲା ଭଳି ପୂରା ବ୍ରିଗେଡ ଆଣି ଉଠାଇନେଇଛନ୍ତି । ତେବେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଅଫିସରେ ସେ ନଥିବା କହିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ।
ସେପଟେ ଗଣମାଧ୍ୟମକୁ ପ୍ରତିକ୍ରୀୟା ଦେଇ ପ୍ରଦୀପଙ୍କ ପତ୍ନୀ ସୁଜାତା କହିଛନ୍ତି, ମୋ ସ୍ୱାମୀଙ୍କର କିଛି ହେଲେ ସମସ୍ତଙ୍କୁ କାଠଗଡାକୁ ଟାଣିବି ।

LEAVE A REPLY

Please enter your comment!
Please enter your name here