ଜନ୍ମବେଦୀରୁ ମହାପ୍ରଭୁ ଫେରିବେ ରତ୍ନବେଦୀକୁ । ଆଜି ସକାଳୁ ଆରମ୍ଭ ହୋଇଥିବା ବାହୁଡାଯାତ୍ରା ପର୍ବରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ପହଣ୍ଡି । ପ୍ରଥମେ ଶ୍ରୀସୁଦର୍ଶନ, ଦେବୀ ସୁଭଦ୍ରା, ବଡ ଠାକୁର ବଳଭଦ୍ର ଏବଂ ଶେଷରେ କାଳିଆ ଠାକୁରଙ୍କ ପହଣ୍ଡି ହୋଇଥିଲା । ପହଣ୍ଡି ପରେ ଗଜପତି ମହାରାଜ ତାମଯାନରେ ଆସି ରଥ ନିକଟରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଚେରାପହଁରା କାର୍ଯ୍ୟକ୍ରମ ।
ଶାନ୍ତିଶୃଙ୍ଖଳା ମଧ୍ୟରେ ବାହୁଡାଯାତ୍ରା କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ସଂଧ୍ୟା ପୂର୍ବରୁ ତିନିରଥ ଶ୍ରୀମନ୍ଦିର ନିକଟରେ ପହଞ୍ଚାଇବା ପାଇଁ ସେବାୟତମାନେ ଯଥା ସମୟରେ ରୀତିନୀତି କରୁଛନ୍ତି । ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here