ଶେଷରେ ଗଣମାଧ୍ୟମକୁ ଟାର୍ଗେଟ କରିଛନ୍ତି ମାଓବାଦୀ । ଛତିଶଗଡର ଦନ୍ତେୱାଡରେ ନକ୍ସଲମାନେ ନିର୍ବାଚନ ପାଇଁ ଖବର ସଂଗ୍ରହ କରିବାକୁ ଯାଇଥିବା ଦୂରଦର୍ଶନ ଟିମ ଉପରେ  ଆକ୍ରମଣ କରିଛନ୍ତି । ସୂଚନା ମୁତାବକ, ଆଜି ଦୁରଦର୍ଶନର ଏକ ଟିମ୍ ଛତିଶଗଡ ଜିଲ୍ଲା ଦାନ୍ତେୱାଡା ଆରନପୁରକୁ ନିର୍ବାଚନ ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ । ସେହି ସମୟରେ ନକ୍ସଲମାନେ ଟିମ୍ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଜଣେ କ୍ୟାମେରାମ୍ୟାନ ମୃତ୍ୟୁବରଣ କରିଛନ୍ତି । ଏହା ସହ ଦୁଇଜଣ ପୋଲିସ କର୍ମଚାରୀ ମଧ୍ୟ ସହିଦ ହୋଇଥିବା କୁହାଯାଉଛି । ମୃତ କ୍ୟାମେରାମ୍ୟାନ୍ ଜଣେ ଓଡିଆ ହୋଇଥିବା ଜଣାପଡିଛି । ତାଙ୍କ ନାମ ଅଚ୍ୟୁତାନନ୍ଦ ସାହୁ ହୋଇଥିବାବେଳେ ସେ ବଲାଙ୍ଗିର ଜିଲ୍ଲାର ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ଏହା ପୂର୍ବରୁ ତିନି ଦିନ ତଳେ ହୋଇଥିବା ଆକ୍ରମଣରେ ୪ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିବା ବେଳେ ଆଜିର ଘଟଣାକୁ ରାଜ୍ୟ ସରକାର ନିନ୍ଦା କରିଛନ୍ତି ।

ନକ୍ସଲ ଆକ୍ରମଣରେ ମୃତ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କ ଘର ବଲାଙ୍ଗିର ଲୋଇସିଂହା ବ୍ଲକ ଘୁଷୁରାମୁଣ୍ଡା । ପ୍ରଥମେ ଭାରତୀୟ ସେନାରେ ଚାକିରି କରୁଥିଲେ ଅଚ୍ୟୁତାନନ୍ଦ । କିଛି ବର୍ଷ ପରେ ସେନା ଚାକିରିରୁ ଭିଆରଏସ ନେଇଥିଲେ । ଭିଆରଏସ ନେଇ କଟକ ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟରେ ସିନେମାଟୋଗ୍ରାଫି ପଢିବା ପରେ ଦୂରଦର୍ଶନ ଚାକିରି କରିଥିଲେ । ମାତ୍ର ୨ ବର୍ଷ ତଳେ ଅଚ୍ୟୁତାନନ୍ଦ ବିବାହ କରିଥିବା ସୁଚନା ରହିଛି ।

LEAVE A REPLY

Please enter your comment!
Please enter your name here