ପରୀକ୍ଷା ସମୟରେ କିଭଳି ଚାପମୁକ୍ତ ଏବଂ ପ୍ରସ୍ତୁତି ରହିବେ ଛାତ୍ରଛାତ୍ରୀ? ବୋର୍ଡ ପରୀକ୍ଷା ପାଇଁ ମନରୁ ଭୟ ଦୂର କରି ପରୀକ୍ଷାକୁ କେମିତି ସାମ୍ନା କରିବେ ଛାତ୍ରଛାତ୍ରୀ? ଏନେଇ ଦିଲ୍ଲୀ ତାଲକଟୋରୀ ଷ୍ଟାଡିୟମରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଆଜି ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ୩୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । କେବଳ ଛାତ୍ରଛାତ୍ରୀ ନୁହଁନ୍ତି ଅଭିଭାବକ ଓ ଶିକ୍ଷକଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ‘ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ବିଶେଷକରି ପ୍ରତିବର୍ଷ ବୋର୍ଡ ପରୀକ୍ଷା ପୂର୍ବରୁ କରାଯାଇଥାଏ । ୨୦୧୮ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ । ଏହି ବର୍ଷ ୩୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ରେଜିଷ୍ଟ୍ରେସନ କରିଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିଛି ।

LEAVE A REPLY

Please enter your comment!
Please enter your name here