ଆସନ୍ତାକାଲି ଠାରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ ।  ପାଗକୁ ଦୃଷ୍ଟିରେ ରଖି ଜୁନ ୨୫ ଯାଏଁ ବୃଦ୍ଧି କରାଯାଇଥିବା ସ୍କୁଲ ଛୁଟିରେ ପରିବର୍ତ୍ତନ କରାଯାଇଛି । ସ୍କୁଲ ଖୋଲିବାର ପୂର୍ବ ନିଷ୍ପତିକୁ ରାଜ୍ୟ ସରକାର ବଦଳାଇଛନ୍ତି । ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଥିବାରୁ ଜୁନ ୧୮ରୁ ପିଲାଙ୍କ ସ୍କୁଲ ଖୋଲିବାକୁ ଥିବା ବେଳେ ଦୁଇ ଦିନ ପୂର୍ବେ ହିଁ ଜୁନ ୨୬ରେ ଖୋଲିବାକୁ ଘୋଷଣା କରାଯାଇଥିଲା । କିନ୍ତୁ ପାଗରେ ପରିବର୍ତ୍ତନକୁ ଦେଖି ରାଜ୍ୟ ସରକାର ନିଜ ନିଷ୍ପତିକୁ ବଦଳାଇଛନ୍ତି । ଜୁନ ୨୬ ପରିବର୍ତ୍ତେ ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here