ସାମ୍ବାଦିକମାନେ ନଥିଲେ ଆପଣ ପାଇପାରିବେନି ଅପଡେଟ୍ । ଦିନରାତି ଏକ କରି ଲୋକଙ୍କୁ ଟିକ୍ ନିକ୍ ସୂଚନା ସହ ସଚେତନ କରାଉଥିବା ସାମ୍ବାଦିକମାନେ ଏବେ ବିପଦରେ । କାହିଁକି ନାଁ ଯେଉଁ ଯୋଦ୍ଧା ମାନେ ନିଜ ଜୀବନକୁ ଭୟ ନକରି ଆପଣମାନଙ୍କ ନିକଟରେ ଖବର ପହଁଞ୍ଚା ଆଜି ସେମାନେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳୁଛି । କେବଳ ମୁମ୍ବାଇରେ ୫୩ ଜଣ ସାମ୍ବାଦିକଙ୍କ ଠାରେ କରୋନା ପଜିଟିଭ୍ ମିଳିଛି । ଏମାନଙ୍କ ମଧ୍ୟରେ ଫଟୋଗ୍ରାଫର, ଭିଡିଓ ଜର୍ଣ୍ଣାଲିଷ୍ଟ ଓ ରିପୋର୍ଟର ରହିଛନ୍ତି । ମୁମ୍ବାଇ ମହାନଗର ନିଗମରେ କାର‌୍ୟ୍ୟ କରୁଥିବା ୧୭୧ ଜଣ ଫିଲ୍ଡ ରିପୋର୍ଟରଙ୍କ ନମୁନା ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୫୩ ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ କରାଯାଇଛି । ତେବେ, କିଛି ବ୍ୟକ୍ତିଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିବା ଜଣାପଡ଼ିଛି । ଏତେ ସଂଖ୍ୟକ ସାମ୍ବାଦିକ ଏକାଥରକେ କରୋନା ସଂକ୍ରମିତ ହେବା ଚିନ୍ତାର ବିଷୟ ପାଲଟିଛି । ସରକାର ସ୍ୱାସ୍ଥ୍ୟସେବାରେ ନିୟୋଜିତ କୋଭିଡ୍ ଯୋଦ୍ଧାଙ୍କ ପାଇଁ ବିଭିନ୍ନ ସହାୟତା ଦେଉଥିବା ବେଳେ ସାମ୍ବାଦିକଙ୍କ ପାଇଁ କିଛି ବି ଘୋଷଣା କରିନାହାଁନ୍ତି ।

LEAVE A REPLY

Please enter your comment!
Please enter your name here