ଡାକିଲେ ପାଖକୁ ଆସୁଛି ଭାଲୁ । ହାତରୁ ଭୋଗ ବି ଖାଉଛି । ନୂଆପଡା ବୋଡେନ ବ୍ଲକ ଲରକା ଗାଁର ଜଙ୍ଗଲ ଭିତରେ ଏକ ହନୁମାନ ମନ୍ଦିର ରହିଛି । ସେହି ହନୁମାନ ମନ୍ଦିରକୁ ଯେତେବେଳେ ଶ୍ରଦ୍ଧାଳୁ ପୂଜା କରିବାକୁ ଆସନ୍ତି ସେତେବେଳେ ଜଙ୍ଗଲ ଭିତରେ ଥିବା ଭାଲୁ ପଲ ମଧ୍ୟ ମନ୍ଦିର ଭିତରକୁ ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ନିକଟରେ ଥିବା ପାହାଡରୁ ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ସଂଧ୍ୟା ସମୟରେ ଭାଲୁ ଆସୁଥିବା ଦେଖିବାକୁ ମିଳୁଛି । ତେବେ ଭାଲୁ କାହାର କିଛି କ୍ଷତି କରୁନଥିବା ସ୍ଥାନୀୟ ଲୋକେ କହିଛନ୍ତି । ମନ୍ଦିର ବେଢାରେ ଭକ୍ତ ଭୋଗ ଖାଇବାକୁ ଡାକିଲେ ଆସି ଭୋଗଖାଉଥିବା ଭିଡିଓ ମଧ୍ୟ ଭାଇରାଲ ହେଉଛି । ଅନ୍ୟପଟେ ଲୋକମାନେ ଭାଲୁ ସହିତ ସେଲ୍ଫି ନେବା ସହିତ ଭାଲୁକୁ ଦେଖିବାକୁ ଭିଡ ବି ଜମାଉଛନ୍ତି । ତେବେ ବିଭିନ୍ନ ସମୟରେ ହିଂସ୍ର ଜନ୍ତୁ ଭାଲୁ , ବାଘ ଏମାନେ ମଣିଷକୁ ଆକ୍ରମଣ କରିବା , ମଣିଷ , ଜଙ୍ଗଲୀ ଜନ୍ତୁର ଲଢେଇର ଚିତ୍ର ସାମ୍ନାକୁ ଆସେ । କିନ୍ତୁ ଏଭଳି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି ।

LEAVE A REPLY

Please enter your comment!
Please enter your name here