ସମୁଦ୍ର ମଝିଲେ ଜଳିଗଲା ମାଛଧରା ବୋଟ୍ । ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ଅବଦୁଲ କଲାମ ହୁଇଲର ଦ୍ବୀପରେ ଘଟିଛି ଏହି ଦୁର୍ଘଟଣା । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ମତ୍ସ୍ୟଜୀବୀ ।

ମିଳିଥିବା ସୂଚନା ଅନୁଯାୟୀ ଧାମରା ଅନ୍ତର୍ଗତ ଦୋସିଙ୍ଗା ଗାଁର ସମରେଶ ପରିଡାଙ୍କ ‘ମାଆ ପଦ୍ମାବତୀ’ ବୋଟରେ ୧୦ଜଣ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯାଇଥିଲେ। ଅବଦୁଲ୍‌ କଲାମ ହୁଇଲର ଦୀପ ନିକଟରେ ମାଛ ମାରୁଥିବା ବେଳେ ହଠାତ୍‌ ବୋଟ୍‌ରେ ନିଆଁ ଲାଗି ଯାଇଥିଲା । ମତ୍ସ୍ୟଜୀବୀମାନେ କୋଷ୍ଟଗାର୍ଡକୁ ଖବର ଦେବା ପରେ ତୁରନ୍ତ କୋଷ୍ଟଗାର୍ଡ ଟିମ୍ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା । ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ କୋଷ୍ଟଗାର୍ଡ ଟିମ୍ ।

LEAVE A REPLY

Please enter your comment!
Please enter your name here