କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ପରିସର ଚିକିତ୍ସାଳୟରେ ଟିକା ନେଲେ ମୁଖ୍ୟମନ୍ତ୍ରୀ । ଟିକା ନେବା ପରେ ମୁଖ୍ୟମନ୍ତ୍ରୀ ସମସ୍ତ ଯୋଗ୍ୟ ବ୍ୟକ୍ତି ଟିକା ନେଇ କୋଭିଡ ମୁକ୍ତ ଓଡିଶା ଗଠନ କରିବାକୁ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି, କୋଭିଡ ପ୍ରତିଷେଧକର ପ୍ରଥମ ଡୋଜ୍ ନେଇ ମୁଁ ଖୁସି । ଏହି ଅବସରରେ କୋଭିଡ ପ୍ରତିଷେଧକ ଟିକା ବାହାର କରିଥିବା ବୈଜ୍ଞାନିକ ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଆଜିଠାରୁ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦେବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟିକା ନେବା ସହ କୋଭିଡମୁକ୍ତ ଦେଶ ଗଠନ ପାଇଁ ଜନସାଧାରଣ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here