ବଡମ୍ବା ନରସିଂହପୁରରୁ ବାଙ୍କୀ ବୈଦେଶ୍ବରକୁ ସଂଯୋଗ କରୁଥିବା ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହାଦ୍ବାରା ବଡମ୍ବାରୁ ବାଙ୍କୀ ବୈଦେଶ୍ବରର ଦୂରତ୍ବ ୪୫ କିଲୋମିଟର ହ୍ରାସ ପାଇବ । ୩.୪ କିଲୋମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ T ଅକ୍ଷରୁ ସଦୃଶ । ଏହା ରାଜ୍ୟର ପ୍ରଥମ T ସେତୁ । ଏହି ସେତୁ ନିର୍ମାଣ ପାଇଁ ସଂପୃକ୍ତ ଅଂଚଳବାସୀଙ୍କର ଦୀର୍ଘ ଦିନର ଦାବି ଥିଲା । ଏଥିପାଇଁ ୧୧୧ କୋଟି ଟଙ୍କା ବିନିଯୋଗ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନୟକ ୨୦୧୪ ମସିହାରେ ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ଏହି ସେତୁ ବଡମ୍ବା ନରସିଂହପୁରରୁ ବାଙ୍କୀ ବୈଦେଶ୍ବରକୁ ସଂଯୋଗ କରିବା ସହିତ ଅବସ୍ଥିତ ସିଂହନାଥ ମନ୍ଦିରକୁ ମଧ୍ୟ ସଂଯୋଗ କରୁଛି। ନିକଟସ୍ଥ ଅଞ୍ଚଳର ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ଗମନାଗମନରେ ସୁବିଧା ହେବ। ଏହି ଅଞ୍ଚଳରେ କୃଷି, ବାଣିଜ୍ୟ ଏବଂ ପର୍ଯ୍ୟଟନର ବିକାଶ ହେବ । ଏହି କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବଡମ୍ବା ବିଧାୟକ ଶ୍ରୀ ଦେବୀପ୍ରସାଦ ମିଶ୍ର ଓ ବାଙ୍କୀ ବିଧାୟକ ଶ୍ରୀ ଦେବୀ ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here