ଆଜି ତାତିରେ ରେକର୍ଡ କରିଛି ରାଜଧାନୀ ଭୁବନେଶ୍ବର । ଚଳିତ ଗ୍ରୀଷ୍ମରେ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା 44.6 ଡିଗ୍ରୀ ରେକର୍ଡ କରାଯାଇଛି । ଦିନ ଦୁଇଟା ସୁଦ୍ଧା ରେକର୍ଡ ହୋଇଥିବା ସର୍ବୋଚ୍ଚ ତାପମାତ୍ରାରେ ଭୁବନେଶ୍ବର ଶୀର୍ଷରେ ରହିଛି । ଚଳିତ ଗ୍ରୀଷ୍ମଋତୁରେ ଏହା ଭୁବନେଶ୍ବରର ଚତୁର୍ଥ ସର୍ବୋଚ୍ଚ ତାପମାତ୍ରା । ଆଜି ରେକର୍ଡ ହୋଇଥିବା ତାତିରେ ଭୁବନେଶ୍ବର ତଳକୁ ରହିଛି ଝାରସୁଗୁଡା । ଝାରସୁଗୁଡାର ସର୍ବୋଚ୍ଚ ତାପମାତ୍ରା 43.6 ଡିଗ୍ରୀ ରହିଛି । ପୂର୍ବରୁ 2021 ଏପ୍ରିଲ 1 ତାରିଖରେ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା 44.2 ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି 2016 ଏପ୍ରିଲ 11 ତାରିଖରେ 45.8 ଡିଗ୍ରୀ ରେକର୍ଡ କରାଯାଇଥିଲା ।

ତେବେ ଆଜି ରେକର୍ଡ ହୋଇଥିବା ତାପମାତ୍ରାରେ କେବଳ ଭୁବନେଶ୍ବର 44 ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଝାରସୁଗୁଡା 43 ଡିଗ୍ରୀ ଅତିକ୍ରମ କରିଛି । ରାଜ୍ୟର ଅନ୍ୟ ସହରଗୁଡିକ ମଧ୍ୟରେ ରାଉରକେଲା 42.5, ଚାନ୍ଦବାଲି 42.4 ଏବଂ ସମ୍ବଲପୁରର ତାପମାତ୍ରା 42.1 ଡିଗ୍ରୀ ରୋକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here