ଆଉ ନୁହେଁ । ଦୁର୍ନୀତି ଓ ଭ୍ରଷ୍ଟାଚାରରେ ସବୁ ସୀମା ଅତିକ୍ରମ କରିଗଲାଣି । କୋଡିଏ ବର୍ଷ ତଳେ ଓଡିଶାରେ ଯେମିତି ଦାରିଦ୍ର୍ୟ ଥିଲା, ଏବେ ବି ସେମିତି ଦାରିଦ୍ର୍ୟରେ ସଢୁଛି ଓଡିଶା । ଏଥର ନିର୍ବାଚନରେ ନବୀନ ସରକାରକୁ ଓପାଡି ଫିଙ୍ଗିଦିଅ ବୋଲି ଆହ୍ବାନ ଦେଇଛନ୍ତି ବିଜେପି ଚାଣକ୍ୟ ତଥା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ସୋନପୁରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଶାହା ଏଥର ଓଡିଶାରେ ବିଜେପି ସରକାର ଗଢିବାକୁ ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି । ଦୁଇ ଦଶନ୍ଧିରୁ ଅଧିକ କାଳ କ୍ଷମତାରେ ରହି ଓଡିଶାର ଖଣି ଖାଦାନକୁ ଲୁଟ୍ କରିଚାଲିଛନ୍ତି ବୋଲି ଆରୋପ ଲଗାଇ ନବୀନ ସରକାରକୁ କଟାକ୍ଷ କରିଛନ୍ତି ଅମିତ ଶାହା । ମାତ୍ର ପାଞ୍ଚବର୍ଷ ପାଇଁ ଓଡିଶାରେ ବିଜେପିକୁ ସୁଯୋଗ ଦେବାକୁ ସେ ନିବେଦନ କରିଛନ୍ତି । ବିଜେପି ଓଡିଶାରେ କ୍ଷମତାକୁ ଆସିଲେ ଦେଶର ଏକ ନମ୍ବର ବିକଶିତ ରାଜ୍ୟରେ ପରିଣତ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଶାହା କହିଛନ୍ତି, ଓଡିଶାରେ ବିକାଶ ପାଇଁ ସମସ୍ତ ପ୍ରାଚୁର୍ଯ୍ୟ ରହିଛି । ମାତ୍ର ଓଡିଶାର ଗରିବ ଲୋକେ ଅନ୍ୟ ରାଜ୍ୟକୁ କାମ କରିବାକୁ ଯିବା ଦୁର୍ଭାଗ୍ୟଜନକ କଥା । ବିଜେପି କ୍ଷମତାକୁ ଆସିଲେ ଆଉ ଓଡିଆ ଲୋକଙ୍କୁ ବାହାର ରାଜ୍ୟକୁ କାମ କରିବାକୁ ଯିବାକୁ ପଡିବ ନାହିଁ ବୋଲି କହିଥିଲେ । ଓଡିଶାରେ ଚାରୋଟି ପର୍ଯ୍ୟାୟରେ ନିର୍ବାନ ହେବାକୁ ଯାଉଥିବା ବେଳେ ସୋନପୁରରେ ଆଜି ଅତି ଆକ୍ରମଣାତ୍ମକ ଭାବେ ଶହା ନବୀନଙ୍କ ଉପରେ ବର୍ଷିଛନ୍ତି । ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା । ତେବେ ଶାହାଙ୍କ ଆକ୍ରମଣାତ୍ମକ ଭାଷଣ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଜୋସ୍ ଭରିଦେଇଛି ।

LEAVE A REPLY

Please enter your comment!
Please enter your name here