ତିତିଲି ବାତ୍ୟା ପ୍ରଭାବିତ ୩ ଜିଲ୍ଲାର କ୍ଷୟକ୍ଷତି ଆକଳନ କରିବାପାଇଁ ଆସିଛନ୍ତି କେନ୍ଦ୍ରୀୟ ଟିମ । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟରେ କାର୍ଯ୍ୟ କରୁଥିବା ଯୁଗ୍ମ ସଚିବ ଏସ କେ ଶଶୀଙ୍କ ନେତୃତ୍ୱରେ ୮ଜଣିଆ ପ୍ରତିନିଧି ଦଳ ତିତଲି କ୍ଷୟକ୍ଷତି ଅନୁଧ୍ୟାନ କରିବେ । ଦୁଇ ଦିନିଆ ଏହି ଗସ୍ତ କାର୍ଯ୍ୟକ୍ରମରେ ସେମାନେ ବିଭିନ୍ନ ଦଳରେ ବିଭକ୍ତ ହୋଇ ଗଞ୍ଜାମ ଓ ଗଜପତି ଜିଲ୍ଲା ବୁଲିବେ ଓ ୨ତାରିଖ ଅପରାହ୍ନରେ ରାଜ୍ୟ ସରକାରଙ୍କ ସହିତ ସଚିବାଳୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ୟ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ପ୍ରତିନିଧି ଦଳରେ ଶକ୍ତି ମନ୍ତ୍ରାଳୟର ମୁଖ୍ୟ ଯନ୍ତ୍ରୀ ବନ୍ଦନା ସିଘଂଲ, ସଡକ ପରିବହନ ମନ୍ତ୍ରାଳୟର ଆଞ୍ଚଳିକ ନିଦେ୍ର୍ଦଶକ ରାକେଶ କୁମାର, ଜଳସଂପଦ ବିଭାଗ ଅନ୍ତର୍ଗତ କେନ୍ଦ୍ରୀୟ ଜଳ ଆୟୋଗର ଅଧୀକ୍ଷଣ ଯନ୍ତ୍ରୀ ସୁଶାନ୍ତ କୁମାର ସାମଲ, କୃଷି ସମବାୟ ଓ କୃଷକ କଲ୍ୟାଣ ବିଭାଗ ପାଟନାର ନିଦେ୍ର୍ଦଶକ ବୀରେନ୍ଦର ସିଂହ, ପାନୀୟ ଜଳ ଓ ପରିମଳ ସଂସ୍ଥାର ବରିଷ୍ଠ ପରାମର୍ଶଦାତା ଜି ଆର୍ ଜାଗର, ଆର ବି କାଉଲ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅନୁଶାସନ ସଚିବ ଗୁଲଜରିଲାଲ ପ୍ରମୁଖ ସାମିଲ ଅଛନ୍ତି। ଏମାନେ ଆସନ୍ତାକାଲି ସକାଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ବିମାନ ଯୋଗେ ରଙ୍ଗେଇଲୁଣ୍ଡା ଯିବେ। ସେଠାରୁ ସେମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ। ଏହି ପ୍ରତିନିଧି ଦଳ ଓଡ଼ିଶା ଆସି ସ୍ଥିତି ବୁଲି ଦେଖିବା ପରେ ସପ୍ତାହକ ମଧ୍ୟରେ ସେମାନଙ୍କ ରିପୋର୍ଟ ଦେବେ। ତାଙ୍କ ରିପୋର୍ଟ ଦେଖି କେନ୍ଦ୍ର ସରକାର ନିଷ୍ପତ୍ତି ନେବେ। କେବଳ ସେତିକି ନୁହେଁ, ତିତଲି ଭୀଷଣ ବିପର୍ୟ୍ୟୟର ମାନ୍ୟତା ପାଇବ କି ନାହିଁ, ତାହା ମଧ୍ୟ ଏହି ପ୍ରତିନିଧି ଦଳର ରିପୋର୍ଟ ଆଧାରରେ ନିର୍ଣ୍ଣୟ ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here