ଆଖି ବୁଜିଲେ ବାୟୁସେନା ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହ । କୁନ୍ନୁର ହେଲିକପ୍ଟର କ୍ରାସରେ ଏକମାତ୍ର ଜୀବିତ ଥିଲେ ବରୁଣ ସିଂହ । ଗୁରୁତର ଅବସ୍ଥାରେ ବେଙ୍ଗାଲୁର ସ୍ଥିତ କମାଣ୍ଡ ହସପିଟାଲରେ ଚିକିତ୍ସାଧୀନ ଥିଲେ ବରୁଣ । ହେଲିକପ୍ଟର କ୍ରାସରେ ସିଡିଏସ ବିପିନ ରାଓତ ଓ ତାଙ୍କ ପତ୍ନୀଙ୍କ ସମେତ 13 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବରୁଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଡିସେମ୍ବର ୮ରେ ଭୟଙ୍କର ଭାବେ ହେଲିକପ୍ଟର କ୍ରାସ୍ ହୋଇଥିଲା । ଭାରତୀୟ ଏୟାରଫୋର୍ସ ଟୁଇଟ୍ କରି ଏହି ସୂଚନା ଦେଇଛି । ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ବରୁଣ ସିଂହ । ମାତ୍ର ୪୨ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଛି ।
ନିକଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରୁପ କ୍ୟାପଟେନ ବରଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ଶୌର୍ଯ୍ୟଟକ୍ରରେ ସମ୍ମାନୀତ କରିଥିଲେ ।
ବରୁଣଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here