ନିକଟରେ ଦିଲ୍ଲୀର ଏକ କୋର୍ଟ ପରିସରରେ ହୋଇଥିବା ବିସ୍ଫୋରଣ ପଛରେ ପ୍ରତିରକ୍ଷା ଗବେଷଣା କେନ୍ଦ୍ରର ଜଣେ ବୈଜ୍ଞାନିକଙ୍କ ହାତ । ନିଜ ପଡୋଶୀଙ୍କୁ ଟାର୍ଗେଟ କରି କୋର୍ଟ ପରିସରରେ ସେ ଏହି ବିସ୍ଫୋରକ ପଦାର୍ଥ ରଖିଥିଲେ । ବୈଜ୍ଞାନିକଙ୍କ ପଡୋଶୀ ଜଣେ ଓକିଲ । ତାଙ୍କ ସହ ପୂର୍ବରୁ ବିବାଦ ରହିଥିବା ପୋଲିସ କହିଛି । ବିସ୍ଫୋରଣ ପଛରେ ବୈଜ୍ଞାନିକ ଥିବା ଜଣାପଡିବା ପରେ ପୋଲିସ ସଂପୃକ୍ତ ପ୍ରତିରକ୍ଷା ବୈଜ୍ଞାନିକଙ୍କୁ ଗିରଫ କରିଛି ।
ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥନା ଦେଇଥିବା ସୂଚନା ଅନୁଯାୟୀ, ଗତ 9 ତାରିଖରେ ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ଏକ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ଘଟଣାର ଅପରାଧୀ ଧରିବା ପାଇଁ ରୋହିଣୀ କୋର୍ଟକୁ ଆସିଥିବା ପ୍ରାୟ ଏକ ହଜାର ଗାଡି ପୋଲିସ ଯାଞ୍ଚ କରିଥିଲା ଏବଂ 100 ସିସିଟିଭି ଫୁଟେଜ ଚେକ୍ କରାଯାଇଥିଲା । ଏପରିକି ସେଦିନ କୋର୍ଟରେ ଯେଉଁମାନଙ୍କର ଶୁଣାଣୀ ତାରିଖ ଥିଲା, ସେମାନଙ୍କୁ ମଧ୍ୟ ଯାଞ୍ଚ କରିଥିଲା । ବିସ୍ଫୋରଣ ପଦାର୍ଥ ଥିବା ଲାପଟପ୍ ବ୍ୟାଗକୁ ନେଇ ମଧ୍ୟ ପୋଲିସ ତଦନ୍ତ କରିଥିଲା । ସବୁ ଦିଗରୁ ତଦନ୍ତ ପରେ ପୋଲିସ ଡିଆରଡିଓର ବରିଷ୍ଠ ବୈଜ୍ଞାନିକ ଭାରତ ଭୂଷଣ କାତାରିୟାଙ୍କୁ ପୋଲିସ ଗିରଫ କରିଛି । କାତାରିଆ ତାଙ୍କ ପଡୋଶୀ ଓକିଲ ଅମିତ ବଶିଷ୍ଠଙ୍କୁ ମାରିବା ପାଇଁ ବିସ୍ଫୋରକ ରଖିଥିଲେ । କିନ୍ତୁ ବିସ୍ଫୋରଣରୁ ବର୍ତ୍ତି ଯାଇଥିଲେ ଓକିଲ ।

LEAVE A REPLY

Please enter your comment!
Please enter your name here