ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଶେଲୀ ଓବରଏ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ (MCD) ର ମେୟର ନିର୍ବାଚନରେ ଜିତିଛନ୍ତି। ଆପ୍ କାଉନସିଲରମାନେ ସେମାନଙ୍କ ଦଳର ପ୍ରାର୍ଥୀଙ୍କ ବିଜୟ ପରେ ‘ଭାରତ ମାତା କି ଜୟ’ ସ୍ଲୋଗାନ ଦେଇଥିଲେ। ୧୦ ବର୍ଷ ମଧ୍ୟରେ ଦିଲ୍ଲୀକୁ ମିଳିଛି ପ୍ରଥମ ମହିଳା ମେୟର।ବିଜେପିର ରେଖା ଗୁପ୍ତାକୁ ୩୪ ଖଣ୍ଡ ଭୋଟରେ ହରାଇ ନୂଆ ମେୟର ବନିଛନ୍ତି ଶେଲି । ଏମସିଡି ନିର୍ବାଚନ ଶେଷ ହେବାର ୭୫ ଦିନ ପରେ ଦିଲ୍ଲୀକୁ ନୂଆ ମେୟର ମିଳିଛନ୍ତି। ପୂର୍ବରୁ ୩ଥର ହଟ୍ଟଗୋଳ ଯୋଗୁ ଦିଲ୍ଲୀ ଏମସିଡିର ମେୟର ନିର୍ବାଚନ ହୋଇପାରି ନଥିଲା। ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା

LEAVE A REPLY

Please enter your comment!
Please enter your name here