କୋଡିଏ ବର୍ଷର ସରକାର I ଓଡିଶାର ରାଜନୈତିକ ଇତିହାସରେ ଏକ ସ୍ବତନ୍ତ୍ର ଅଧ୍ୟାୟ I 2000 ମାର୍ଚ୍ଚ 5ରୁ 2020 ମାର୍ଚ୍ଚ 5 I ଦୁଇ ଦଶନ୍ଧିର ଅପ୍ରତିଦ୍ବନ୍ଦୀ ନେତା ନବୀନ ପଟ୍ଟନାୟକ I
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ I
ବିଜୁଙ୍କ ପରଲୋକ ପରେ ରାଜ୍ୟ ରାଜନୀତିରେ ନିଜ ସ୍ଥିତି ରକ୍ଷା କରିବା ପାଇଁ ଦିନେ ବିଜୁ ଅନୁଗତମାନେ ନବୀନଙ୍କ ହାତ ଧରି ରାଜନୀତିରେ ପ୍ରବେଶ କରାଇଥିଲେ I ବାପା ବଞ୍ଚିଥିବା ବେଳେ ରାଜନୀତିର ଧାର୍ ଧାରି ନଥିବା ନବୀନ କିନ୍ତୁ ଖୁବ୍ ଅଳ୍ପଦିନରେ ନିଜକୁ ପୋଖତ ପ୍ରମାଣିତ କରିଦେଲେ I ଯାହା ଦିନେ ବାପା କରିପାରି ନଥିଲେ, ତାହା କରି ଦେଖାଇଦେଲେ ନବୀନ I
ଲମ୍ବା କସରତ୍ କରିବା ପରେ ବି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଖୁବ କମ ସମୟ ପାଇଁ କ୍ଷମତା ସିଂହାସନରେ ବସିଥିଲେ I ମାତ୍ର ତାଙ୍କ ନାଁରେ ଦଳ ଗଢି ନବୀନ ଗତ କୋଡିଏ ବର୍ଷ ଧରି ନିଷ୍କଣ୍ଟକ ଭାବେ କ୍ଷମତାର ଶୀର୍ଷରେ ରହି ଆସିଛନ୍ତି I ବାପା ବାରମ୍ବାର ନିର୍ବାଚନ ହାରିଥିଲେ, ମାତ୍ର ନବୀନଙ୍କ ଜାତକରେ ହାରିବା ଶବ୍ଦ ହିଁ ନାହିଁ I
ପ୍ରଥମ ଦଶନ୍ଧିରେ ନବୀନଙ୍କ ବିଶ୍ବସ୍ତ ଥିଲେ ପ୍ୟାରୀ I ଛାୟା ମୁଖ୍ୟମନ୍ତ୍ରୀ ଭାବେ ସେ କାର୍ଯ୍ୟ କରୁଥିଲେ, ଏବେ ପ୍ରଥମ ଦଶନ୍ଧିର ଚାଣକ୍ୟଙ୍କ ଠାରୁ ବି ଖୁବ୍ ପ୍ରଭାବଶାଳୀ ହୋଇଛନ୍ତି ପାଣ୍ଡିୟାନ I ଯିଏ ଯାହା କହୁ ପଛେ, ନବୀନ ଯେତେବେଳେ ଯାହା ଉପରେ ଭରା ଦେଇ ଚାଲନ୍ତୁ ପଛେ, ନବୀନ ଓଡିଶାର ଚାରି କୋଟି ଲୋକଙ୍କ ପାଖରେ ହିରୋ ହୋଇ ରହିଛନ୍ତି I

LEAVE A REPLY

Please enter your comment!
Please enter your name here