2021 ପାଇଁ ଦୁଇଜଣ ସାମ୍ବାଦିକଙ୍କୁ ମିଳିବ ନୋବେଲ୍ ଶାନ୍ତି ପୁରସ୍କାର । ସାମ୍ବାଦିକ ମାରିଆ ରେସା ଓ ଡିମିଟ୍ରି ମୁରାଟୋଭ ଚଳିତବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ବାକ୍ ସ୍ବାଧିନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନେ ଏହି ପୁରସ୍କାର ପାଇବେ ବୋଲି ନରଓ୍ବେ ନୋବେଲ କମିଟି ଘୋଷଣା କରିଛି ।

ମାରିଆ ରେସା ଆମେରିକୀୟ ସାମ୍ବାଦିକ ହୋଇଥିବା ବେଳେ ଡିମିଟ୍ରି ମୁରାଟୋଭ ହେଉଛନ୍ତି ରୁଷୀୟ ସାମ୍ବାଦିକ । ମାରିଆ ଫିଲିପାଇନ୍ସର ସମ୍ବାଦ ସଂସ୍ଥା ରାପଲରର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି । ରୁଷୀୟ ସମ୍ବାଦପତ୍ର ନୋଭାୟା ଗେଜେଟାର ମୁଖ୍ୟ ସମ୍ପାଦକ ଅଛନ୍ତି ।

ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଏହି ଦୁଇ ସାମ୍ବାଦିକ ପ୍ରାୟ ଦୁଇ ଦଶନ୍ଧି ଧରି ଲୋକଙ୍କ ବାକ୍ ସ୍ବାଧୀନତା ସପକ୍ଷରେ ଖବର ପ୍ରସାରଣ କରି ଆସୁଥିଲେ । ବିଶେଷକରି ବ୍ୟକ୍ତିର ମୌଳିକ ଅଧିକାରର ସୁରକ୍ଷା ଉପରେ ଗୁରୁତ୍ବ ଦେଇ ଖବର ପ୍ରସାରଣ କରୁଥିଲେ ।

ଏହାପୂର୍ବରୁ ନୋବେଲ କମିଟି ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା କରିସାରିଛି ।

LEAVE A REPLY

Please enter your comment!
Please enter your name here