ଉତ୍ତରପ୍ରଦେଶ ଲଖିମପୁର ଖେରିରେ 8 ଜଣଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କ ପଦକ୍ଷେପ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଅପରାଧୀଙ୍କୁ ଧରିବା ପାଇଁ ସରକାର ନେଇଥିବା ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି କହିଛନ୍ତି କୋର୍ଟ । ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶୀଷ ମିଶ୍ରଙ୍କୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇନି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ରାଜ୍ୟ ପୋଲିସ ସମନ ଜାରି କରିଥିବା ବେଳେ ଏଭଳି ମାମଲାରେ ଅପରାଧୀକୁ ଧରିବା ପାଇଁ ପୋଲିସ କଣ ଏମିତି ସମନ ଜାରି କରେ କି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି । ଘଟଣାର ପୋଲିସ ତଦନ୍ତ ସନ୍ତୋଷଜନକ ନୁହେଁ ଏବଂ ମାମଲାର ତଦନ୍ତ ଦାୟିତ୍ବ ଅନ୍ୟ କୌଣସି ତଦନ୍ତକାରୀ ସଂସ୍ଥାକୁ ଦେବା ପାଇଁ କୋର୍ଟ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here