ଦୁର୍ନୀତିକୁ ରୋକିବାକୁ ହେଲେ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ। ବିଶେଷକରି ଯୁବକମାନେ ଦୁର୍ନୀତି ବିରୋଧରେ ସଂଘର୍ଷ କରିବା ଆବଶ୍ୟକ। ଦୁର୍ନୀତି ନିରାକରଣ ହେଲେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ଶନିବାର ଦୁର୍ନୀତି ନିବାରଣ କାର୍ୟ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି, ଭିଜିଲାନ୍ସ ଭଲ କାମ କରୁଛି ଏବଂ ଦୁର୍ନୀତିଖୋର ଅଫିସରଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହାର ଉଦାହରଣ ହେଉଛି ୫୧% କନ୍‌ଭିକ୍ସନ ହାର ବଢ଼ିଛି। ୨୦୧୮ରେ ବର୍ତ୍ତମାନ ସୁଦ୍ଧା ୨୮୭ ମାମଲା ରୁଜୁୁ ହୋଇଛି। ସେଥିରୁ ୪୧୩ଜଣ ଅଫିସର ଧରାପଡ଼ିଛନ୍ତି। ତନ୍ମଧ୍ୟରୁ ୩୭ଜଣ ପ୍ରଥମ ଶ୍ରେଣୀ, ୩୩ଜଣ ଦ୍ୱିତୀୟ ଶ୍ରେଣୀ, ୨୩୮ଜଣ ତୃତୀୟ ଶ୍ରେଣୀ, ୧୨ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିଛନ୍ତି। ଏହି କାର୍ୟ୍ୟକ୍ରମରେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଭିଜିଲାନ୍ସ ଡିଆଇଜି ସଞ୍ଜୟ କୁମାର କୌଶଲ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here